ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ଆନୁକୁଲ୍ୟରେ ଯୁବ ସାମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଡିପିଏମ୍ ମନୋରଞ୍ଜନ ସାହୁ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସିଡିଏମଓ ବିଜୟ କୁମାର ପଣ୍ଡା, ଏମ୍ ଏନ୍ ସି ଡି ଅଶୋକ କୁମାର ସାହୁ, ଆଇ ସି ବିସିସି ଶିବ ରଞ୍ଜନ ଦାସ,ଏପି ଡେମୋଲୋଜିଷ୍ଟ ସ୍ପନ୍ଦନ ଭଞ୍ଜ ଦେଓ, କାଉନସିଲର ରାଇ ମୋହନ ନାୟକ, ଏକ୍ସାଇଜ୍ ଇନ୍ସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ପବ୍ଲିକ ହେଲଥ ଅଫିସର କଲ୍ଯାଣୀ ମିଶ୍ର, ଏ ଡି ପି ଏଚ୍ ଓ ଡଃ ପି କେ ତ୍ରିପାଠୀ, ଲେବର ଅଫିସର୍ ତେଜ କୁମାର ବିଶି, ଡ୍ରଗ୍ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ଫୁଡ ଇନ୍ସପେକ୍ଟର ସତ୍ୟବ୍ରତ ସାଣ୍ଢ ପ୍ରମୂଖ ଯୋଗ ଦେଇ ବର୍ତମାନର ଯୁବ ପୀଢ଼ି ତମାଖୁ ପ୍ରତି ନିଶା ଗ୍ରସ୍ତ ହେବାରେ ମାତିଛନ୍ତି ଫଳରେ ଯୁବପିଢି ନଷ୍ଠ ଆଡକୁ ଗତି କରି କ୍ୟାନସର ପରି ରୋଗକୁ ଆମନ୍ତ୍ରଣ କରୁଛନ୍ତି l ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ପଦାଧିକାରୀ ଯୁବ ପିଢି କୁ ନିଶାମୁକ୍ତ କରିବା ପାଇଁ ସପଥ ପାଠ କରିଥିଲେ l ସେହିପରି ଫୁଡ ଇନ୍ସପେକ୍ଟର ଶ୍ରୀ ସାଣ୍ଢ ତମାଖୁ ବିକ୍ରୟ ଉପରେ ରୋକ୍ ଲଗାଯିବା ପାଇଁ ମତବ୍ୟକ୍ତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.