ମୋ ସେବାକେନ୍ଦ୍ର ମାଧ୍ୟମରେ ଲାଇଫ ସାର୍ଟିଫିକେଟ ପାଇଲେ ପେନସନଧାରୀ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରର ସହାୟତା ରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ ମିଶ୍ର,ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ଶରତ କୁମାର ପୂଜାରୀ, ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ରାଜେଶ ପାଣିଗ୍ରାହିଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ବାଲିଗୁଡା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣ ପତ୍ର ହାତ ପାଆନ୍ତାରେ ପାଇପାରିବେ I ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି I ଏହି ସେବା ପାଇ ନିଜେ ଖୁସିଥିବା କହିଛନ୍ତି ପେନସନଧାରୀ ମାନେ I ଏହି ସେବା ପାଇବାଦ୍ଵାରା ନିଜର ସମୟ ବଞ୍ଚିବା ସହିତ ସହଜରେ ବୃଦ୍ଧ, ବୃଦ୍ଧା ମାନେ ଘରେବସି ଏହି ସେବା ପାଇପାରିବେ ବୋଲି ସମ୍ପକୀୟ ମାନେ କହିଛନ୍ତି I

ad-week
Leave A Reply

Your email address will not be published.