ସାମ୍ବାଦିକଙ୍କ ଗିରଫ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

add-all

ବ୍ରହ୍ମପୁର : ସୁବର୍ଣ୍ଣପୁର ଜିଲ୍ଲାର ନ୍ୟୁଜ-୭ର ପ୍ରତିନିଧି ତଥା ରାଜ୍ୟ ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଧୀରେନ୍ଦ୍ର କୁମାର ଦାନୀ ଖବର ସଂଗହ କରିବାକୁ ଯାଇଥିବା ବେଳେ ସୁବର୍ଣ୍ଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ସ୍ବାଇଁ ମାରଣାନ୍ତକ ଆକ୍ରମଣ କରିଥିଲେ।ଏହି ଘଟଣା ଘଟିବା ପରେ ଧିରେନ୍ ପୋଲିସ ପାଖରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣା ର ଅନୁସନ୍ଧାନ ଏକ ପାଖିଆ ଭାବେ ରାତିଅଧିଆ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଘଟଣା କୁ ନେଇ ଆଜି ରାଜ୍ୟ ବ୍ୟାପୀ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ବିଭିନ୍ନ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରିବା ସହିତ ସାମ୍ବାଦିକ ଧିରେନ ଦାନୀ ଙ୍କୁ ନିସର୍ତ୍ତ ଖଲାସ କରିବା ସହିତ ବିଡ଼ିଓ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା ଙ୍କ ନେତୃତ୍ୱ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରେରଣ କରାଯାଇଛି।ଏଥିରେ ରାଜ୍ୟ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ, ଜିଲ୍ଲା ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନ୍ୟୁଜ୭ ର ବ୍ରହ୍ମପୁର ବ୍ୟୁରୋ ଚିଫ ସୁରଜିତ କୁମାର ପଣ୍ଡା ଙ୍କ ସମେତ ରୂପକ ମହାନ୍ତି ,କପିଲ ପାଢ଼ୀ,ଲଡୁ କିଶୋର ପାତ୍ର,ଆମର କୁମାର ଦାସ,ସୁଶାନ୍ତ ପଟ୍ଟନାୟକ,ଆଲୋକ ବେହେରା,ଜୟ ତମ ମହାରଣା ପ୍ରମୁଖ ଉପସ୍ଥିତ ରହି ଏଭଳି ଘଟଣା କୁ ନିନ୍ଦା କରିବା ସହ ବିଡ଼ିଓ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.