ବିଜ୍ଞାନ ମେଳା ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ : ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୋମବାର ସ୍ୱାଇନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଯାଇଅଛି। ଏହି ମେଳାକୁ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିଭୁପ୍ରସାଦ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ମେଳାର ବିଚାରକ ଭାବେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ଲୋକନାଥ ପାଢ଼ୀ ଓ ସୁଜନ ଦାସ ଯୋଗଦେଇ କୁନି ବୈଜ୍ଞାନିକଙ୍କ ପ୍ରତିଭାକୁ ପରଖି ଥିଲେ। ଏଥିରେ ମୋଟ ୯୫ଟି ପ୍ରୋଜେକ୍ଟ ସ୍ଥାନିତ ହୋଇଥିଲା। ଏହି ପ୍ରୋଜେକ୍ଟ ଗୁଡ଼ିକ ” ଧାରଣୀୟ ଭବିଷ୍ୟତ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା” ବିଷୟ ଉପରେ ଆଧାରିତ ଥିଲା। ଏଥିରେ ବିଦ୍ୟାଳୟ ର ଶିକ୍ଷକ ଉପେନ୍ଦ୍ର ସାବତ,ବୈକୁଣ୍ଠନାଥ ପାଟି,ସିଆରସିସି ଅଖିଳ କୁମାର ପଣ୍ଡା ବିଦ୍ୟାଳୟର ସମସ୍ତ୍ ବିଜ୍ଞାନ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସହ ମେଳାକୁ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକଷୟିତ୍ରୀ ଶାନ୍ତିଲତା ମୁନି ପୁରସ୍କାର ବିତରଣ ଉଚ୍ଛବରେ ଯୋଗଦେଇ ବର୍ତ୍ତମାନ ଯୁଗରେ ଆମ ଜୀବନରେ ବିଜ୍ଞାନର ଭୂମିକା ସମ୍ପର୍କରେ କହିଥିଲେ। ପରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.