ମା ମହୁରୀକାଳୁଆ ଯାତ୍ରାତ୍ସୋବ ପାଇଁ ପ୍ରସ୍ତୁତି ବୈଠକ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ମା ମହୁରୀ କାଳୁଆଙ୍କ ଅଷ୍ଟଦିନ ବ୍ୟାପି ଯାତ୍ରାତ୍ସୋବ ସକାଶେ ସୋମବାର ପୈାର କାର୍ଯ୍ୟାଳୟ ସଭା ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଅଧ୍ୟକ୍ଷତା କରିଥିଲେ।‌ ଚଳିତ ବର୍ଷ ମା ଙ୍କ ଯାତ୍ରା ନଭେମ୍ବର ୬ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି ଅନୁଷ୍ଠିତ ହେବ । ୬ ତାରିଖ ସନ୍ଧ୍ୟାରେ ମା ମହୁରୀ କାଳୁଆଙ୍କ ଆଗମନ ଓ ଗ୍ରାମ ପରିକ୍ରମା , ୮ ତାରିଖରେ ଅଧିବାସ ଓ ନାମଯଜ୍ଞ ଆରମ୍ଭ, ୧୧ ତାରିଖରେ ନାମଯଜ୍ଞ ପୁର୍ଣ୍ଣାହୁତି, ଅନ୍ନଯଜ୍ଞ ସହ ପ୍ରସାଦ ସେବନ, ୧୨ ତାରିଖରେ ଘୃତଯଜ୍ଞ ପୁର୍ଣ୍ଣାହୁତି ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ତାରିଖରେ ମାଙ୍କ ପ୍ରତ୍ୟାବର୍ତ୍ତନ ହେବ ।
ଯାତ୍ରାତ୍ସୋବ ସକାଶେ ଆଇନ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପୈାର ପ୍ରଶାସନ ପକ୍ଷରୁ ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁତ୍ଵାରୋପ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।‌ ଆୟୋଜିତ ବୈଠକରେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା, ଥାନା ଆଇଆଇସି ଶ୍ରୀନିବାସ ସେଠି, ଯାତ୍ରା କମିଟି ସଭାପତି ନିଳମଣି ପଟ୍ଟନାୟକ, ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀ, ବିଦ୍ୟୁତ୍ ବିଭାଗୀୟ ସହକାରୀ ଯନ୍ତ୍ରୀ ସମ୍ବିତ ସାମଲ, ଫାର୍ମାସିଷ୍ଟ ସାଗର ସାହୁ, ଅଗ୍ନିଶମ ଅଧିକାରୀ ବଗରାଇ ମୁର୍ମୁ, ଅବକାରୀ ବିଭାଗୀୟ ଅଧିକାରୀ ସୁମିତ୍ରା ବିଶି, ଓ୍ବାଟୋକ୍ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାଶ, ପ୍ରଦୀପ ପଣ୍ଡା, ଯାତ୍ରା କାର୍ଯ୍ୟକାରୀ ସଭାପତି ସନାତନ ନାହାକ, ପୂଜା କମିଟି ସଭାପତି ଯୋଗିନ୍ଦ୍ର ବେହେରା, ସମ୍ପାଦକ ଲକ୍ଷ୍ମଣ ରାଉତ, ଅରକ୍ଷିତ ବାଡତ୍ୟା, କାଉନସିଲର ଶ୍ୟାମଘନ ବେହେରା, ସନାତନ ନାହାକ, ଯୁଧିଷ୍ଟିର ସ୍ୱାଇଁ, ସଞ୍ଜୟ ସ୍ବାଇଁ, ଦୁର୍ଯ୍ୟୋଧନ ମୁନି, ସହଦେବ ସ୍ବାଇଁ, କିରଣ ନାହାକ, ସନ୍ତୋଷ ମହାରଣା, ବିଜୟ ନାହାକ, ସିତାରାମ ବେହେରା, ପିଣ୍ଟୁ ନାହାକ, ଦିଲ୍ଲିପ ସାମନ୍ତରା, ଅକ୍ଷୟ ପଟ୍ଟନାୟକ, କପି ନାହାକଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.