ଜିଲ୍ଲା ସଦରରେ ଜାତୀୟ ପତାକାକୁ ଅସମ୍ମାନ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ଜାତୀୟ ପତାକାକୁ ଅପମାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ରହିଥିବା ପାର୍କ ପରିସରରେ ଏକ ବିଶାଳ କାୟ ଜାତୀୟ ପତାକା ଗତ କିଛି ମାସ ପୂର୍ବେ ଲଗାଯାଇଥିଲା। ଏହି ପତାକାଟି ଦିବା ରାତ୍ର ଉଡୁଥିବା ବେଳେ ସହର ସୋଭା ମଣ୍ଡନ କରୁଥିଲା।ତେବେ ଏହି ପତାକାଟି କୌଣସି କାରଣରୁ କଣା ସହ ବିଭିନ୍ନ ସ୍ଥାନରେ ଚିରି ଯାଇଥିଲା। ଦୀପାବଳି ସମୟରେ ବାଣ ଯୋଗୁଁ ପତାକାରେ କଣା ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହି ପତାକାକୁ ବଦଳାଇବାପୌର ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ହେଲେ ପତାକାକୁ ଅବତରଣ କରି ବଦଳ କରିବା ପରିବର୍ତ୍ତେ ଘଣ୍ଟା ଘଣ୍ଟା ଡହରି ତାହାକୁ ତଳେ ପକାଇ କର୍ମଚାରୀ ମାନେ କେଉଁ ଆଡେ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଅନେକ ସାମୀ ଧରି ଜାତୀୟ ପତାକା ତଳେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ଜାଣି ଏହା ତଳେ ଏକ ଜରି ପାଲ ଆଣି ପକାଇ ପତାକା କୁ ଉଠାଇ ରଖା ଯାଇଥିଲା। ତେବେ ଜାତୀୟ ପତାକାକୁ କିପରି ଅସମ୍ମାନିତ କରି ଏପରି ତଳେ ପକାଇ କର୍ମଚାରୀ ମାନେ ଚାଲି ଯାଇଥିଲେ ତାହାକୁ ନେଇ ଲୋକଙ୍କ ମଧ୍ୟର ପ୍ରଶ୍ନ ଉଠିବ ସହ ଲୋକେ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.