ବେକରେ ଫାଶୀ ଲଗାଇ ୧୭ ବର୍ଷର ନାବାଳିକା ମୃତ !

add-all

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ଜୟଡେଗା ପଞ୍ଚାୟତ ଅନ୍ତର୍ଗତ ଲୁଗୁନ ପଡାରେ ଘଟିଯାଇଛି ଏକ ଅଘଟଣା ! ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲୁଗୁନ ପଡାର ମାରୀୟାନୁଶ ଖେଶଙ୍କ ଝିଅ ଦିବିୟା ଖେଶ (୧୭ ବର୍ଷ) ଘରେ କେହି ନଥିବାର ଶୁଜଗ ପାଇଁ ନିଜ ବେକରେ ଓଢୁଥିବା ଓଢିନିରୁ ଖପର ଘର ଖୁଣ୍ଟରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ! ଆଜି ଘର ଲୋକେ ବିଲରେ ଧାନ କାଟିବାକୁ ଯାଇଥିବା ବେଳେ ଝିଅ ଆତ୍ମହତ୍ୟା କରିଥିଲା ! ଝିଅ ବଞ୍ଚିଥିବା ନେଇ ଘର ଲୋକେ ସଙ୍ଗେ ସଙ୍ଗେ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ! ସେଠାରେ ଡାକ୍ତର ପରୀକ୍ଷା କରି ଦେଖି ମୃତ୍ୟୁ ଘୋଷଣା କରିଥିଲେ ! ମୃତ୍ୟୁ ଘଟିଥିବା ଜାଣି ରାଏବଗା ଥାନାରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ ! ଦାରଖାସ୍ତକୁ ଆଧାର କରି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି, ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନ ଓ ଏ ଏସ ଆଇ ପଦ୍ମାବତୀ ମୋଦି ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ବେଵଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ !

ad-week
Leave A Reply

Your email address will not be published.