ଫୁଲବାଣୀ : ବିଶ୍ୱରତ୍ନ ବାବାସାହେବ ଡ଼ ଆମ୍ବେଦକରଙ୍କ ଆଗାମୀ ଡିସେମ୍ବର ୬ ତାରିଖ ପରିନିର୍ବାଣ ଦିବସ ପାଳନ ନିମନ୍ତେ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ତରଫରୁ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ସଭାପତି ଅରୁଣ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହେଇଥିଲା l ବୈଠକ ରେ ସଂଗଠନର ସାଧାରଣ ଆଇନଜୀବୀ ସତ୍ୟନାରାୟଣ ବେହେରା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ପ୍ରତେକ ବର୍ଷ ପରି ସରକାର ଙ୍କ ନିକଟରେ କନ୍ଧମାଳ ପାଇଁ ବିଭିନ୍ନ ଦାବି ସହିତରେ ଓବିଶି ଙ୍କ ନିମନ୍ତେ ଶିକ୍ଷା, ନିଯୁକ୍ତି, ରାଜନୀତିରେ ୫୨% ସ୍ଥାନ ସଂରକ୍ଷଣ, କିରାଣୀ, ଶିକ୍ଷକ, ଏଲ. ଆଇ, ଏ. ଏନ ଏମ, ପିଅନ ଡ୍ରାଇଭର, ପଂଚାୟତ ଅଫିସର ପ୍ରମୁଖ ନିଯୁକ୍ତିକୁ ଜିଲ୍ଲା ଭିତିକ କରାଯିବା, ଜ଼ିଲ୍ଲାରେ ଖାଲିଥିବା, ପୋଲିସ ଅଫିସର, କନେଷ୍ଟବଳ, ପଦବୀ ପୂରଣ ବିଷୟରେ ଦାବି ଉପସ୍ଥାପନ କରାଯିବ ଓ ଯେଉଁ ଅଂଚଳରେ ଯାହା ବି ସମସ୍ୟା ଅଛି ଆସନ୍ତା ୨୫ ତାରିଖ ଭିତରେ କମିଟିକୁ ଜଣେଇ ବାକୁ କହିଥିଲେ l ଉପଦେଷ୍ଟା କ୍ଷୀରୋଦ ସାହାଣୀ ଜାଗ୍ରତ କନ୍ଧମାଳର ନିଜସ୍ୱ ଜାଗା ଓ କାର୍ଯ୍ୟାଳୟ ଉପରେ ଆଲୋଚନା କରିଥିଲେ ଓ ମାନ୍ୟବର ବିଧାୟକ ମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ l ସଂଗଠନ ର ସହ ସମ୍ପାଦକ ସୋମନାଥ ନାୟକ, ଅନୁସୂଚିତ ଜନଜାତି ସମ୍ପାଦକ ସୁବାସ ପଧାନ, ଅନୁସୂଚିତ ଜାତି ସଭାପତି ହୃଷିକେଶ ବେହେରା, ଅନୁସୂଚିତ ଜାତି ସମ୍ପାଦକ ମିଥୁନ ନାୟକ, କୋଷାଧକ୍ଷ ମେନକା ଅର୍ଜଲୀ, ମହିଳା ନେତ୍ରୀ କୁମୁଦିନୀ ବେହେରା,ଜି ଉଦୟଗିରି ସଭାପତି ଫିରୋଜ ଦିଗାଲ . ଉପଦେଷ୍ଟା ତଥା କଣ୍ଠଶିଳ୍ପୀ ଜଳନ୍ଧର ବେହେରା,ଉପଦେଷ୍ଟା ଆଦିତ୍ୟ ତ୍ରିପାଠୀ, ସଦସ୍ୟ ଉମା ମୁଖି, ଅନ୍ତର୍ଯ୍ୟାମୀ ବେହେରା,ରୋହିତ ବେହେରା ଶିବ ଭୋଇ ମୁନିସିପାଲିଟି ସଭାପତି ଦିବାକର,ସରୋଜ ଡିଗାଲ ଉପଦେଷ୍ଟା ଡ଼. ସୂର୍ଯ୍ୟ ନାରାୟଣ ବେହେରା ସହିତ ପ୍ରାୟ ପଚାଶ ଜଣ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l କାଯ୍ୟକ୍ରମ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା l ଜଳନ୍ଧର ବେହେରା, ସୁନୀଲ ବିଶ୍ୱାଳ, ରମେଶ ଚନ୍ଦ୍ର ପ୍ରଧାନ , ଖିରୋଦ ସାହାଣୀ, ଫିରୋଜ ଦିଗାଲ , ଡ଼. ସୂର୍ଯ୍ୟନାରାୟଣ ବେହେରା, ମୁରଲୀ ଡିଗାଲଙ୍କୁ ମନୋନୀତ କରାଯାଇଥିଲା l
