ଟିକାବାଲିରେ ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳା ଆୟୋଜିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଟିକାବାଲି ଶ୍ରୀ ଅନ୍ନ କାର୍ଯ୍ୟକ୍ରମର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ୩୦ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ଉଦ୍‌ଘାଟନ କରିଥିବା ବେଳେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲିପ କୁମାର କହଁର, କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ସାମଲ, ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀଙ୍କ ଭଳି ବହୁ ଅତିଥିମାନେ ଯୋଗଦେଇ ମହିଳାମାନଙ୍କୁ ପାରମ୍ପରିକ ଖାଦ୍ୟ ଉପରେ ପଚାରି ବୁଝିଥିଲେ। ପାରମ୍ପରିକ ଢାଞ୍ଚାରେ ପ୍ରସ୍ତୁତ ମାଣ୍ଡିଆ ଦାନ୍ତଖିଲି, ନିମିକି, ପତ୍ର ପିଠା, ରାଷ୍କୋ, ମହୁ ଘରା , ମଣ୍ଡା ପିଠା, ପତ୍ର ପୋଡା, କଖାରୁ ପୋଡ ପିଠା, କୁଏରି ଭାତ, ସଜନା କାଞ୍ଜି, ମକା ଲଡୁ, କୁଏରି କ୍ଷୀରି, ବଦାଲି କାଞ୍ଜି ଆଦି ପ୍ରଦର୍ଶିତ ହୋଇଥିଲା। ଇଂ. ହରିଶଙ୍କର ରାଉତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସ୍ୱଧର୍ମ ରାଉତ ପରିଚାଳନା କରିଥିବାବେଳେ ଅନ୍ୟ କର୍ମୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.