ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟାଙ୍କ ମାଲକାନଗିରି ଗସ୍ତ

add-all

ମାଲକାନଗିରି :L ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟା ମାଲକାନଗିରି ଗସ୍ତ କରିଛନ୍ତି, ସେ ପ୍ରଥମେ ମାଓପ୍ରଵଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳ ର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରି ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝି ବିଏସ ଏଫ ଅଧିକାରୀ ଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ବିଏସଏଫ ବେଶ କ୍ୟାମ୍ପ ଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବିଏସ ଏଫ ଉଚ୍ଚ ଅଧିକାରୀ ଓ ଅନ୍ୟାନ ପୁଲିସ ଅଧିକାରୀ ଙ୍କ ସହିତ ମାଓ ଦମନ ର ରଣ ନିତି ସମ୍ପର୍କ ରେ ଆଲୋଚନା କରିବା ସହିତ ମାଓ ସମୀକ୍ଷା କରିଛନ୍ତି। ଅପରାହ୍ନ ରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଡିଜିପି ସୂଚନା ଦେଇଛନ୍ତି
ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ବିରୋଧୀ ଲଢ଼େଇ ସାରିବାକୁ ଟାର୍ଗେଟ୍‌ କହିଛି,ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରି ସାରିଛନ୍ତି’ ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା, ଏବେ ମାଓବାଦୀ ଙ୍କ ସଂଖ୍ୟା ହ୍ରାସ ପାଇ ଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି’ ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲା ରୁ ମାଓବାଦୀ ନିପାତ ହେବା ସହିତ
ବେଆଇନ ଗଞ୍ଜେଇ ଚାଷ କୁ ରୋକା ଯିବ ବୋଲି କହିଛନ୍ତି। ଡିଜିପି ଙ୍କ ସହିତ ଡିଆଇଜି ଅରେସନ ଅଖିଳେଶ୍ଵର ସିଂ, ଡିଆଇଜି ଏସ ଆଇ ଡବ୍ଲ୍ୟୁ କେଭି ସିଂ, ଏସପି ରୋହିତ ବର୍ମା ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଡିଜେପି ଆଜି ମାଲକାନଗିରି ରେ ରାତ୍ର ରହଣୀ କରି ଆସନ୍ତା କାଲି ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.