ମାଓ ପ୍ରବଣ ନାରାୟଣ ପାଟଣା ଥାନାରେ ନୂତନ ଆଇ ଆଇସିଙ୍କ ଯୋଗଦାନ

add-all

ଲଷ୍ମୀପୁର : କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରମୋଦ କୁମାର ନାୟକ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଏନେଇ ଥାନା କର୍ମଚାରୀ ମାନେ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଛନ୍ତି।ସେଠି ଥିବା ମହିଳା ଆଇଆଇସି ଙ୍କୁ ସୁନାବେଡା ବଦଳି ହୋଇଥିବା ଶୁଣିବାକୁ ମିଳିଛି।ଶ୍ରୀଯୁକ୍ତ ନାୟକ ତାଙ୍କ ଚାକିରୀ ଜୀବନ ଗଜପତି ଜିଲ୍ଲା ଆର. ଉଦୟଗିରିରୁ ଆରମ୍ଭ କରି ନବରଙ୍ଗପୁର,ପରେ କୋରାପୁଟ ଜିଲାରେ ପାଦ ଥାପି ପ୍ରଥମେ ଦାମନଯୋଡି ତାପରେ କୋରାପୁଟ ଟାଉନ ଥାନାରେ ଆଇ ଆଇସି ଭାବେ ଯୋଗ ଦେଇ ଏବେ ନାରାୟଣପାଟଣାକୁ ବଦଳି ହୋଇ ଆସିଛନ୍ତି।ନାରାୟଣ ପାଟଣା ବ୍ଲକରେ ଆଇନ ଶୃଙ୍ଖଳା କିପରି ଠିକ ଚାଲିବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିବା ବେଳେ କୌଣସି ଅପରାଧିକ ଘଟଣା ଘଟିବା ପୂର୍ବରୁ ପୋଲିସ ତାର ସାମନା କରିବ ବୋଲି କହିଛନ୍ତି।ଶ୍ରୀଯୁକ୍ତ ନାୟକ ତାଙ୍କ ପାଠ ପଢା ସମୟ ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ରୁ ଆରମ୍ଭ କରିଥିଲେ ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ନାରାୟଣ ପାଟଣା ଥାନା ନୂତନ ଆଇଆଇସି ଙ୍କୁ ପାଇ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିର କିପରି ସାମନା କରୁଛି ତାହା ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.