ବାସିନୀଠାରେ ଯାଦବ ସମାଜର ଗୋଷ୍ଟାଷ୍ଟମୀ ପାଳିତ

add-all

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ବାସିନୀ ପଞ୍ଚାୟତ ଠାରେ ଜିଲ୍ଲା ଯାଦବ ମହାସଭା ଆନୁକୁଲ୍ୟରେ ବାସିନୀ ଓ ଚଟାହାଣ୍ଡି ପଞ୍ଚାୟତ ଯାଦବ ସମାଜ ମିଳିତ ପ୍ରଚେଷ୍ଟାରେ ଗୋଷ୍ଟାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି। ପୂର୍ବାହ୍ନ ରେ ଗ୍ରାମ ର ମହିଳା ମାନଙ୍କ ଦ୍ଵାରା କଳସ ଯାତ୍ରା ସ୍ଥାନୀୟ ରାମ ମନ୍ଦିର ଠାରୁ ବାହାରି ଗାଇ ଗୋଠାଣରେ ପହଞ୍ଚି ଥିଲା। ପହଞ୍ଚିବା ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଫୋଟ ଚିତ୍ର ରେ ପୂଜା ଅର୍ଚ୍ଚନା କରାଯାଇ ଶେଷରେ ଗୋ ମାତା ଙ୍କୁ ଖେଚୁଡି ଅନ୍ନ ପ୍ରସାଦ ସେବନ କରା ଯାଇଥିଲା। ତତ୍ ପଶ୍ଚାତ ସାଧାରଣ ସଭା ଅନୁଷ୍ଠିତ ହୋଇ ପ୍ରସାଦ ସେବନ ପୂର୍ବକ କାର୍ଯ୍ୟକ୍ରମ ସମାପନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି, ଜିଲ୍ଲା ଯାଦବ ସମାଜ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ କଂସ କାର୍ଯକାରୀ ସଭାପତି ଶ୍ରୀ ଦେବଦାସ ମହାଙ୍କୁଡ। ଶ୍ରୀ କାହ୍ନୁ ଦାସ,ସର୍ମିଷ୍ଟା ଦେଓ,ଦୂଲଭ ଗୌଡ, ବଳରାମ ଗୌଡ, ଜିଲ୍ଲା ସଂପାଦକ ମାନସିଂ ଗୌଡ,ଯୁବ ଯାଦବ ଜିଲ୍ଲା ସଭାପତି ନବଘନ ଗୌଡ,ବାଇଧର ଗୌଡ, ପୂର୍ଣ୍ଣ ଗୌଡ,ଭଗତ ଗୌଡ, ଧନୁର୍ଜୟ ଗୌଡ, ଦେବାଶିଷ ମହାଙ୍କୁଡ ଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.