
ଚିକିଟୀ : ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ଚିକିଟୀ ବ୍ଳକରେ ବାଘର ଭ୍ରମଣ ଯୋଗୁଁ ଲୋକେ ଆତଙ୍କିତ ହୋଇଥିବା ଜଣାପଡିଛି। ଗତ କିଛିଦିନ ଧରି ଚିକିଟୀ ଅଞ୍ଚଳରେ ତିନି ଟିକିଆ ହାତି ପୋଲ ଉପଦ୍ରବ ଲାଗିରହିଥିବା ବେଳେ ଏବେ ପୁଣି ମହାବଳ ବାଘର ପାଦ ଚିହ୍ନ ଠାବ ହେଲାପରେ ଚିକିଟୀ ଅଞ୍ଚଳରେ କୋକୁଆ ଭୟ ଘାରିଲାଣି। ଗତ ମଙ୍ଗଳବାର ରାତିରେ ଚିକିଟୀ ବ୍ଲକ ଗୋବିନ୍ଦ ନଗର ପଞ୍ଚାୟତ ପାଖରେ ମହାବଳ ବାଘ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଗୋଟିଏ କାରର କ୍ୟାମେରାରେ କଏଦ ହୋଇଥିବା ବେଳେ ଗୋବିନ୍ଦ ନଗର ପଞ୍ଚାୟତ ଅନ୍ତର୍ଗତ ଧାନରାଶ୍ୟା ପାହାଡ଼ ପାଦଦେଶରେ ପନାଡ ଗାଁ ନିକଟରେ ୪ଟି ଛେଳି ମାରି ଖାଇଥିବା ନେଇ ଚିକିଟୀ ଫରେଷ୍ଟର ତରଫରୁ ସୂଚନା ଦେଇଛନ୍ତି। ଏଥି ସହିତ ଚିକିଟୀ ରାମପୁର ଗ୍ରାମରେ ଗତ କାଲି ଗୋଟିଏ ମଇଁଷି ଛୁଆକୁ ମାରି ଖାଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏହି ବିଷୟରେ ସ୍ଥାନୀୟ ଚିକିଟୀ ଫରେଷ୍ଟର ପ୍ରଶାନ୍ତ ରାଓ କହିଛନ୍ତି ଯେ କିଛି ଦିନ ଧରି ଚିକିଟୀ ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି କରୁଛି। ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ସମୟରେ ପେଟ୍ରୋଲିଂ କରୁଥିବା ସହିତ ଲୋକଙ୍କୁ ସଚେତନତା କରାଯାଇଛି। ସେ ଆହୁରି କହିଛନ୍ତି ଯେ ଜନସାଧାରଣ ସୋସିଆଲ ମିଡିଆରେ ଗୁଜବକୁ ନେଇ ଲୋକେ ଆତଙ୍କିତ ନହେବା ପାଇଁ। ଏଥି ସହିତ ଗତକାଲି ଠାରୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିକିଟି ମାଁ ବାଳକୁମାରି ପିଠକୁ ସନ୍ଧ୍ୟା ଚାରୀ ଟା ପରେ ସାଧାରଣ ଲୋକଙ୍କ ପ୍ରବେଶ ମନା କରିଛନ୍ତିି କମିଟି। ଏଣୁ ବନ ବିଭାଗ ତୁରନ୍ତ ଏହା ଉପରେ ବିହୀତ ପଦକ୍ଷେପ ଗ୍ରହଣ କରି ବାଘକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ନେଇ ସାଧାରଣରେ ଦାବି ହେଉଛି।