
ହିଞ୍ଜିଳିକାଟୁ, ୧୦/୧୧ : ପୂଣ୍ୟ ତଥା ପବିତ୍ରର ମାସ କାର୍ତ୍ତିକ ମାସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ କେଉଟସାହିରେ ରବିବାର ଠାରୁ କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ ହୋଇଛି । ରବିବାର ପବିତ୍ର ଅଁଳା ନବମୀ ଅବସରରେ ସାହିର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ ଘୋଡାହାଡ ନଦୀରୁ ପୁର୍ଣ୍ଣକୁମ୍ଭରେ ଜଳ ଆଣି ପୂଜା ମଣ୍ଡପ ନିକଟରେ କଳସ ସ୍ଥାପନ କରିଥିଲେ । ପୁରୋହିତ କିଶୋର ଚନ୍ଦ୍ର ପାଠିଙ୍କ ପୌରହିତ୍ୟରେ ଆୟୋଜିତ ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ବାବୁଲା ବେହେରା ଦେଇଥିଲେ । ନବମୀ ତିଥୀ ଠାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ଅସ୍ଥାୟୀ ପୂଜା ମଣ୍ଡପରେ କାର୍ତ୍ତିକେଶ୍ୱର ମହାପ୍ରଭୁ ପୂଜା ପାଇବେ । ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ଆଳତୀ ଦର୍ଶନ ସକାଶେ ସ୍ଥାନୀୟ ଅଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଭକ୍ତମାନଙ୍କ ଗହଳି ଲାଗି ରହୁଛି । ଆସନ୍ତା ୧୫ ତାରିଖରେ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ମାନସ ରଞ୍ଜନ ବେହେରା, ହିମାଂଶୁ ବେହେରା, ଶିଶିର ପାତ୍ର, ଦିନବନ୍ଧୁ ବେହେରା, ଘନଶ୍ୟାମ ବେହେରା, ମଇନା ବେହେରା, ସ୍ୱାଧିନ ବେହେରା, ସୁଜିତ ପାତ୍ର, ସିଲୁ ବେହେରା, ଟୁକୁ ବେହେରାଙ୍କ ସମେତ ସ୍ଥାନୀୟ ସାହି ବାସିନ୍ଦା ସହଯୋଗ କରି ଆସୁଛନ୍ତି । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡା କବିଚନ୍ଦ୍ରମାର୍ଗ ପରିସରସ୍ଥ ଅସ୍ଥାୟୀ ପୂଜା ମଣ୍ଡପରେ କାର୍ତ୍ତିକେଶ୍ବରଙ୍କ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି। କବିଚନ୍ଦ୍ର ମାର୍ଗ ଆଙ୍କୋରଡା
ପୁରହିତ ଜିତି କୃଷ୍ଣ ପାଢ଼ୀଙ୍କ ପୈାରହିତ୍ୟରେ କର୍ତ୍ତା ଭାବେ ସନ୍ତୋଷ କୁମାର ମହାରଣା ଯୋଗ ଦେଇଥିଲେ। ପ୍ରଭାତ କୁମାର ମହାରଣା, ସତ୍ୟ ନାରାୟଣ, ପାଣ୍ଡା ବେହେରା, ରିଙ୍କୁ ପ୍ରଧାନ, ବବୁଲ୍ ପ୍ରଧାନଙ୍କ ସମେତ ଆୟୋଜକ ପୂଜା କମିଟି ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।