
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ର ପିଅନପଡା ସ୍ଥିତ ସର୍ବ ପୁରାତନ କାଳୀ ମନ୍ଦିରର ଦ୍ୱି ବାର୍ଷିକ ନିର୍ବାଚନ କାଳୀ ମନ୍ଦିର ର ପରିସରରେ ପୂର୍ବତନ ସଭାପତିଙ୍କ ସଭାପତିତ୍ବରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସମ୍ପାଦକ ବାର୍ଷିକ ବିବରଣୀ ଓ ଆୟ ବ୍ୟୟ ପାଠ କରିଥିଲେ l ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସମ୍ମତି କ୍ରମେ ଦ୍ୱି ବାର୍ଷିକ ନିର୍ବାଚନ ନିମନ୍ତେ କର୍ମକର୍ତ୍ତା ମନୋନୀତ କରାଯାଇଥିଲା l ସଭାପତି ଭାବେ ନିର୍ମଳେନ୍ଦୁ ତ୍ରିପାଠୀ ଙ୍କୁ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଅସୀମ ପ୍ରହରାଜ, ସମ୍ପାଦକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ,ସହ ସମ୍ପାଦକ ବାଦଲ କୁମାର ସାହୁ, କୋଷାଧକ୍ଷ ଗୋପାଳ ବିଷୋୟୀ, କାର୍ଯ୍ୟକାରିଣୀ ସଦସ୍ୟ ଅମରେଶ ରଥ, ଈଶ୍ୱର ପଟ୍ଟନାୟକ,ପ୍ରଶାନ୍ତ ପାଣିଗ୍ରାହୀ, ଅସ୍ମିନୀ କର,ସାଇ ପ୍ରସାଦ ପାଢୀ, କେ କେ ମୂର୍ତ୍ତି, କାଉନ୍ସିଲର ମୃତ୍ୟୁଞ୍ଜୟ ପେରା ଓ କେ ଶ୍ରୀନିବାସ ପଟ୍ଟନାୟକ, ସେହିପରି ଉପଦେଷ୍ଟା ଭାବେ ଅଜିତ ମହାରଣା ଓ ପ୍ରଦୀପ ପଣ୍ଡାଙ୍କୁ ମନୋନୀତ କରାଗଲା l