ପ୍ରଶାସନର ଆଢୁଆଳରେ ରାଜୁଲକୋଣ୍ଡା ଫାର୍ମ

add-all

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ ଥିବା ଫାର୍ମ ଟି ପ୍ରଶାସନର ଆଢୁଆଳରେ ଥିବା ଭଳି ପରିଲକ୍ଷିତ ହେଉଛି । ଏକଦା ଏହି ଫାର୍ମ ଟିରେ ବିଭିନ୍ନ ପ୍ରକାର ଫଳ ଯେମିତିକି ଅନେକ କିସମର ସ୍ୱାଦିଷ୍ଟ ଆମ୍ବ, ପିଜୁଳି, କମଳା, ଲେମ୍ବୁ ପ୍ରଭୃତି ଭରପୁର ମାତ୍ରାରେ ଆଦାୟ କରାଯାଉଥିଲା ଏବଂ ଏହାର ସୁନ୍ଦର ପରିବେଶ ଆଗନ୍ତୁକ ପ୍ରକୃତି ପ୍ରେମୀ ଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଥିଲା । କିନ୍ତୁ କିଛି ବର୍ଷ ମଧ୍ୟରେ ପ୍ରଶାସନ ର ଅବହେଳା ଯୋଗୁଁ ସତେ ଯେମିତି ଅଲୋଡ଼ା ହୋଇ ପଡ଼ିଛି ଏହି ଫାର୍ମ ଟି । କେତେବେଳେ ଜବର ଦଖଲ କାରୀଙ୍କ କବଜାରେ ଫାର୍ମ ର ବଡ଼ ବଡ଼ ଗଛ ସବୁ କାଟି ଚାଷ କରିବା ଆଳ ରେ ତ କେତେବେଳେ ନିଆଁ ଲାଗି ଗଛ ନଷ୍ଟ ହେବାର ନଜର ଆସିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଫାର୍ମର ପୁନରୁଦ୍ଧାର ନିମନ୍ତେ ପ୍ରାୟ ଦୁଇ କୋଟି ଖର୍ଚ୍ଚ ବ୍ୟୟରେ ଲଗାଯାଇଥିଲା ବିଭିନ୍ନ କିସମର ଚାରା । ତଥ୍ୟ ଅନୁସାରେ ପ୍ରାୟ ୨୫ ହେକ୍ଟର ପରିମିତ ଜାଗାରେ ଲଗାଯାଇଥିଲା ପିଜୁଳି, ପଣସ, କମଳା, ଆମ୍ବ, ସେଓ, ଡ୍ରାଗନ, ସପୁରୀ, ଲେମ୍ବୁ ଓ କାଜୁ ଭଳି କିସମର ଚାରା ।

ବର୍ତ୍ତମାନ ସମୟରେ ଫାର୍ମ ଟି ନିଜର ଅସ୍ତିତ୍ୱ ହରାଇବାରେ ଲାଗି ରହିଥିବା ଭଳି ପ୍ରତୀୟମାନ ହେଉଛି । ନୂତନ ଭାବେ ଲାଗିଥିବା ଚାରା ଗଛ ଗୁଡିକୁ ବେଢ଼ି ଜଙ୍ଗଲ ମାଡ଼ି ଗଲାଣି ତ ଅନେକ ଜାଗାରେ ଚାରା ନଷ୍ଟ ହୋଇ ଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ସତେ ଯେମିତି ଏକ ଜଙ୍ଗଲ ର ଭ୍ରମ ସୃଷ୍ଟି କରୁଛି । ବର୍ତ୍ତମାନର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କଲେ କେଉଁଠି କାଁ ଭାଁ ଗୋଟିଏ ଦୁଇଟି ଗଛ ଦେଖାଯାଉଛି । ଏତେ ଖର୍ଚ୍ଚ ବ୍ୟୟରେ ନବୀକରଣ ପାଇଁ ଲାଗିଥିବା ଗଛ କାହା ସ୍ୱାର୍ଥ ରେ ଲଗାଯାଇଥିଲା ଓ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଫାର୍ମ ଟି କେଉଁ ଅଧିକାରୀ ମାନଙ୍କ ସ୍ୱାର୍ଥରେ ସମ୍ପୂର୍ଣ୍ଣ ନଷ୍ଟ ହେବାରେ ଲାଗିଛି ଏବଂ ରକ୍ଷଣାବେକ୍ଷଣ ଅନୁଦାନ କିଏ ଆତ୍ମସାତ କରିଛି ତାହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ad-week
Leave A Reply

Your email address will not be published.