ଚିକିଟୀରେ ଶିବ ଜ୍ୟୋତି ଭବନ ଲୋକାର୍ପିତ

add-all

ଚିକିଟୀ : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଚିକିଟୀ ଶାଖା ଶିବ ଜ୍ୟୋତି ଭବନ ବ୍ରହ୍ମା ନଗର ୯ମ ଲାଇନ ରେ ରବିବାର ଲୋକାର୍ପିତ ହୋଇଯାଇଛି। ବ୍ରହ୍ମା କୁମାରୀ ନିଶା ଭଉଣୀ ଙ୍କ ପୌରାହିତ୍ୟ ରେ ଏହି ଅବସରରେ ଏକ ସାଧାରଣ ସଭା ର ମଧ୍ୟ ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଚିକିଟୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସମ୍ପ୍ରତି କଳୁଷିତ ସମାଜ ରେ ପଥ ଭ୍ରଷ୍ଟ ଯୁବ ଶକ୍ତି ଆଧ୍ୟାତ୍ମିକଭିମୁଖି ହେଲେ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଢି ପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ଅଞ୍ଚଳରୁ ଅନ୍ଧକାର ଦୂର ହୋଇ ସଦଭାବନା ଓ ଭାଇ ଚାରା ସୃଷ୍ଟି ନିମନ୍ତେ ସମୂହ ଧ୍ୟାନ ମଧ୍ୟ କରାଯାଇଥିଲା। ବ୍ରହ୍ମା କୁମାରୀ ସଂଯୁକ୍ତା ଭଉଣୀ ସ୍ବାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବ୍ରହ୍ମା କୁମାରୀ ଲୀନା ଦିଦି ଜି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଧର୍ମା ସାହୁ, ବ୍ରହ୍ମା କୁମାରୀ ବାସନ୍ତୀ ଦିଦି, କଳ୍ପନା ଦିଦି, ବିଷ୍ଣୁପ୍ରିୟା ଦିଦି, ବ୍ରହ୍ମା କୁମାରୀ ପ୍ରଭା ଭଉଣୀ ଓ ଅବସରପ୍ରାପ୍ତ ସି ଡି ପି ଓ ମାଧୁରୀ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ଆଧ୍ୟାତ୍ମିକତା ଉପରେ ନିଜ ନିଜ ର ଅମୂଲ୍ୟ ବାଣୀ ମତବ୍ୟକ୍ତ କରିଥିଲେ। ବ୍ରହ୍ମା କୁମାରୀ ଅମ୍ବିକା ଭଉଣୀ, ରାଧା ଭଉଣୀ, ମାଧୁରୀ ଭଉଣୀ, ବ୍ରହ୍ମା କୁମାର ରାଜୁ ଭାଇ, ରବି ଭାଇ, ଓ ବିକ୍ରମ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୧୯୯୫ ମସିହାରେ ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ରାମଚନ୍ଦ୍ର ସାହୁ ଙ୍କ ସଂକଳ୍ପ ରେ ଛୋଟିଆ ରୁମ ରୁ ଅନୁଷ୍ଠାନ ଆରମ୍ଭ ହୋଇ ସମସ୍ତଙ୍କ ସହଯୋଗରେ ପୂର୍ଣ୍ଣାଙ୍ଗ ରୂପ ନେଉଥିବା ହେତୁ ଶିବ ଜ୍ୟୋତି ଭବନ ତରଫରୁ ସମସ୍ତ ସହଯୋଗୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ad-week
Leave A Reply

Your email address will not be published.