ରାଜ୍ୟ ଟୋଙ୍ଗ-ଇଲ୍‌-ମୂ-ଡୁ ପ୍ରତଯୋଗୀତାରେ ଚମକିଲେ କନ୍ଧମାଳର ପ୍ରତିଯୋଗୀ

add-all

ଫୁଲବାଣୀ : ରାଜ୍ୟ ସ୍ତରୀୟ ଟୋଙ୍ଗ-ଇଲ୍‌ -ମୂ-ଡୁ ଚାମ୍ପିଅନସିପ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ୟୁନିଟ ୯ ଠାରେ ଗତ ୩ ନଭେମ୍ବର ରବିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶାର ୧୧ ଟି ଜିଲ୍ଲାରୁ ପ୍ରାୟ ୨୪୫ ଖେଳାଳି ଅଂଶଗ୍ରହଣ କରିଥିଲେ । ୪ଟି ବର୍ଗ ସବ୍ ଜୁନିଅର, କ୍ୟାଡେଡ, ଜୁନିଅର ଓ ସିନିଅର ଭାଗରେ ଖେଳାଳିମାନେ ଖେଳ ପ୍ରଦର୍ଶନ କରିଥିଲେ । ଏହି ରାଜ୍ୟ ସ୍ତରୀୟ ଚାମ୍ପିୟନସିପ ପାଈଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ୧୩ ଜଣ ଖେଳାଳି ମଧ୍ୟରୁ ପୁରୁଷ ବର୍ଗରେ ଦିବ୍ୟାଂଶୁ ପଟ୍ଟନାୟକ (ରୋପ୍ୟ ପଦକ), ପ୍ରେମସାଗର ହଂସ ( କାଂସ୍ୟ ପଦକ ), ସୌମ୍ୟାଂଶୁ ପାଢ଼ୀ ( ରୋପ୍ୟ ପଦକ ), ବିନାୟକ ସାହୁ (ରୋପ୍ୟ ପଦକ ), ଶ୍ରୀବର୍ଦ୍ଧନ ମଲିକ ( କାଂସ୍ୟ ପଦକ ), ଓମ ପ୍ରକାଶ ପ୍ରଧାନ ( କାଂସ୍ୟ ପଦକ ) ବିଭିନ୍ନ ପଦକରେ ଯୋଗ୍ୟ ଓ ବିଜୟୀ ଘୋଷିତ ହେବା ବେଳେ ମହିଳା ବର୍ଗରେ ଅନନ୍ୟା ନାୟକ (ସ୍ବର୍ଣ୍ଣ ପଦକ ), ଆରୋହୀ ଦିଗାଲ ( ସ୍ବର୍ଣ୍ଣ ପଦକ ), ପ୍ରଦୀପ୍ତା ପାତ୍ର ( ରୋପ୍ୟ ପଦକ ), ସାଇ ସ୍ନିଗ୍ଧା ପ୍ରଧାନ ( କାଂସ୍ୟ ପଦକ ), ସୁଶ୍ରୀୟା ଶ୍ରଦ୍ଧାଞ୍ଜଳି ନାୟକ ( କାଂସ୍ୟ ପଦକ ), ସିଦ୍ଧିକ୍ଷା ପ୍ରଧାନ ( ରୋପ୍ୟ ପଦକ ) ଓ ସୁଇଟି ସାହୁ ( ସ୍ବର୍ଣ୍ଣ ପଦକ ) ରେ ବିଜୟୀ ଘୋଷିତ ହୋଇଛନ୍ତି। ସମସ୍ତ ବର୍ଗ ଯଥା ସବ-ଜୁନିଅର, କ୍ୟାଡେଟ, ଜୁନିଅର ଓ ସିନିଅର ରେ ଜିଲ୍ଲା ପାଈଁ ସ୍ବର୍ଣ୍ଣ ପଦକ ୩ଟି, ରୌପ୍ୟ ପଦକ ୫ ଟି ଓ କାଂସ୍ୟ ପଦକ ୫ ଟି ମୋଟ ସମୁଦାୟ ୧୩ ଟି ପଦକ ଆଣି କନ୍ଧମାଳ ଜିଲ୍ଲାର ସୁନାମ ରକ୍ଷା କରିଛନ୍ତି। ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଆସୋସିଏସନର ସଭାପତି ବୀରକିଶୋର ଦେବ, ସାଧାରଣ ସମ୍ପାଦକ ଲଲାଟ କୁମାର ପରିଡା ତଥା ଯୁଗ୍ମ ସମ୍ପାଦକ ବଳରାମ ନାୟକ ଯୋଗଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ । କନ୍ଧମାଳ ଜିଲ୍ଲାରୁ କୋଚ ସୁଲୋଚନା କହଁର ଓ ମ୍ୟାନେଜର ରୁଦ୍ରାକ୍ଷୀ କହଁର ଖେଳାଳି ମାନଙ୍କୁ ଉକ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନେଇଥିଲେ। ସମସ୍ତ ଖେଳାଳିଙ୍କ କୃତିତ୍ୱ ପାଈଁ କନ୍ଧମାଳ ପୁଣିଥରେ ଗୌରାବାନ୍ୱିତ ହେବା ସହ ମୁଖ୍ୟ ପ୍ରଶିକ୍ଷିକା ଶ୍ରୀମତୀ ସଲିନୀ ସିଂ ଓ ଜିଲ୍ଲା ସମ୍ପାଦକ ଦେବାଶିଷ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ଉଚ୍ଚ କୋଟିର ପ୍ରଦର୍ଶନ ଓ ପରିଶ୍ରମ ଯୋଗୁଁ ଆଜି ଏହା ସମ୍ଭବ ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି। ଆଗାମୀ ମାସ ଡିସେମ୍ବର ୧୩ ରୁ ୧୫ ପର୍ଯ୍ୟନ୍ତ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କନ୍ଧମାଳ ଓଡିଶା ପାଈଁ କିପରି ଭଲ ପ୍ରଦର୍ଶନ କରି ନାମ ବଜାଇ ରଖିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି ।

ad-week
Leave A Reply

Your email address will not be published.