ଫୁଲବାଣୀ : ଜିଲ୍ଲା ହୋମଗାର୍ଡ ସଂଘ ଆଇନ୍ ପରାମର୍ଶ ଆଇନ୍ ଜୀବି ତଥା ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି , ବରିଷ୍ଠ ଆଇନଜୀବି ଅଜିତ କୁମାର ପଟ୍ଟନାୟକଙ୍କ ତତ୍ବାବଧାନରେ ଆଜି କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘଠନ ତରଫରୁ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ସର୍କିଟ ହାଉସ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ସଂଘ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ପ୍ରକାରେ ସାଂସଦ ମହାଶୟଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲା। ତତ୍ ସହିତ ପୂର୍ବ ଆଲୋଚନା ପ୍ରକାରେ କନ୍ଧମାଳ ଜିଲ୍ଲାରେ କିଛି ହୋମଗାର୍ଡ କର୍ମଚାରୀ ମାନଙ୍କୁ ବିଭିନ୍ନ ମିଥ୍ୟା କେସରେ ଜଡ଼ିତ କରି ଚାକିରିରୁ ନିଲମ୍ବିତ କରାଯାଇଛି।ସେମାନେ ବର୍ତ୍ତମାନ ହାଇକୋର୍ଟର ଆଶ୍ରୟ ନେଇ ଡିଗ୍ରୀ ହାସଲ କରିଛନ୍ତି। ସେମାନଙ୍କ ସମସ୍ୟାର କିପରି ସରଳ ସମାଧାନ ଆଇନ୍ ଗତ ମାଧ୍ୟମରେ କରାଯାଇ ପାରିବ ସେ ବିଷୟରେ ହୋମଗାର୍ଡ ସଂଘର ଆଇନ୍ ପରାମର୍ଶ ଦାତା ବରିଷ୍ଠ ବିଜେପି ନେତା ଆଇନଜୀବି ଶ୍ରୀଯୁକ୍ତ ଭଗବାନ ମହାନ୍ତି ଏବଂ ଅଜିତ କୁମାର ପଟ୍ଟନାୟକ ସାଂସଦ ମହାଶୟଙ୍କ ସହିତ ଆଲୋଚନା କରିଥିଲେ। ସାଂସଦ ଖୁବଶୀଘ୍ର କନ୍ଧମାଳ ଜିଲ୍ଲାର ହୋମଗାର୍ଡ ବିଭାଗର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ଚେଷ୍ଟା କରିବା ପାଇଁ ମତପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ତଥା ପ୍ଲାଟୁନ କମାଣ୍ଡର ଅଖୟ କୁମାର ରାୟ ହୋମଗାର୍ଡ ସଂଘ ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ , ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ, ସଂଘର କର୍ମକର୍ତ୍ତା ଜୟନ୍ତୀ ଚୈଧୁରୀ ସାଫରିନ ଖାନ୍, ଚିଦାନନ୍ଦ ଦାସ, ନୃସିଂହ ଡାକୁଆ , ସଞ୍ଜୀବ ନାୟକ ଉପସ୍ଥିତ ଥିଲେ।
