ଟିପିଏସ୍ଓଡିଏଲ୍ ପକ୍ଷରୁ କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ…

youtube

ସବୁଜ ଶକ୍ତିର ପ୍ରୋତ୍ସାହନ ପାଇଁ ସମସ୍ତ ଅଫିସରେ ସୋଲାର ପ୍ୟାନେଲ ସ୍ଥାପନ ନେଇ ଯୋଜନା ରହିଛି

ବ୍ରହ୍ମପୁର, ନଭେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପରିବେଶ ଅନୁକୂଳ ଜୀବନ ଶୈଳୀ ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କମ୍ପାନୀ ପକ୍ଷରୁ ବ୍ରହ୍ମପୁର ସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ୧୦୦ କିଲୋୱାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇଛି। ବର୍ତ୍ତମାନ ପ୍ଲାଣ୍ଟର ୪୮.୯ କିଲୋୱାଟ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଛି। ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ସୋଲାର ପ୍ଲାଣ୍ଟର ଶୁଭାରମ୍ଭ କରିବା ସହ ନିରନ୍ତର ବିକାଶର ସଂସ୍କୃତିକୁ ବଜାୟ ରଖିବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ଷମ ହୋଇଥିବା ୪୮.୯ କିଲୋୱାଟ ପ୍ଲାଣ୍ଟ ମାସିକ ପ୍ରାୟ 7,500 ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ। ଏହି ପଦକ୍ଷେପ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ। ଏହି ୧୦୦ କିଲୋୱାଟର ସୋଲାର ପ୍ଲାଣ୍ଟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବା ପରେ, ମାସିକ ପ୍ରାୟ ୧୫,୦୦୦ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିବ। ଏହି ପ୍ଲାଣ୍ଟ ଦ୍ଵାରା କର୍ପୋରେଟ କାର୍ଯ୍ୟାଳୟର ଚାହିଦା ପୂରଣ ହେବା ସହ ବଳକା ବିଜୁଳି ମଧ୍ୟ ଉତ୍ପାଦନ ହେବ। ଆଗାମୀ ୨୫ ବର୍ଷ ମଧ୍ୟରେ ଏହା ଦ୍ଵାରା ପ୍ରାୟ ୨,୮୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକାଯାଇପାରିବ। ଏହି ପଦକ୍ଷେପ ସ୍ଥାୟୀ ଶକ୍ତି ଅଭ୍ୟାସ ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି। ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ ଆମର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବା ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଚାଲିଥିବା ପ୍ରୟାସରେ ଏହି ସୋଲାର ପ୍ୟାନେଲ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ସୌର ଶକ୍ତି ଗ୍ରହଣ କରି ଆମେ କମ୍ପାନୀର ଅପରେସନାଲ୍ ଖର୍ଚ୍ଚ ହ୍ରାସ କରିବା ସହିତ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବିକାଶ ପାଇଁ ବାଟ ଦେଖାଇଛୁ। ଏହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଦ୍ଵାରା ଟିପିଏସ୍ଓଡିଏଲ୍ ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ଅଭ୍ୟାସ ପାଇଁ ଏକ ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରିଛି।” ଚଳିତ ଆର୍ଥିକ ବର୍ଷରେ ସରକାରୀ ପ୍ରକଳ୍ପ ଅନ୍ତର୍ଗତ ବ୍ୟୟ ଅଟକଳ ଅଧିନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିରେ ଟିପିଏସ୍ଓଡିଏଲର ସମସ୍ତ ଅଫିସରେ ସୌର ପ୍ୟାନେଲ ସଂଯୋଗ କରିବା ନେଇ ଯୋଜନା ରହିଛି। ସୌର ଶକ୍ତିକୁ ଆପଣାଇ ଟିପିଏସ୍ଓଡିଏଲ୍ ସବୁଜ ଶକ୍ତିର ପ୍ରୋତ୍ସାହନ, ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ଶକ୍ତି ବିକଳ୍ପ ଆପଣାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.