ସୁରଳ ପିତାତୋଳି ରୋଡ ରେ ଲୁଟେରାଙ୍କ ରାଜୁତି…

add-all


ଚିକିଟୀ— ଚିକିଟି ବ୍ଲକ ଗୋଲନ୍ଥରା ଥାନା ଅଧିନସ୍ଥ ପିତାତୋଳି ରୋଡ ଜନସାଧାରଣଙ୍କ ନିମନ୍ତେ ଲୁଟେରା ଙ୍କ ଯୋଗୁଁ ଅସୁରକ୍ଷିତ ହୋଇପଡିଛି।ଏହି ରାସ୍ତାରେ ଦିନ ଦୁଇ ପହରରେ ଡକାୟତ ମାନେ କାହାର ନା କାହାର ପିଛାକରିବାକୁ ପଛାନ୍ତି ନାହିଁ Iଗତ କିଛି ଦିନ ତଳେ ବ୍ରହ୍ମପୁର ସ୍ଥିତ ଗୋଟିଏ ଔଷଧ ବିତରକ ଡିଲରଙ୍କ କଲେକସନ ବ୍ୟକ୍ତିଙ୍କୁ ମଧ୍ୟାହ୍ନ ସମୟରେ ବେକରେ ଛୁରୀ ଦେଖାଇ ଲୁଟିଥିବା ମଧ୍ୟ ଅଭିଯୋଗ ହୋଇସାରିଛି Iଆହୁରି ମଧ୍ୟ ସନ୍ଧ୍ୟା ବେଳେ କିଛି ଯୁବକ ସ୍ପୀଡ ବାଇକ ଧରି ଆସି ବାଇକ ଆରୋହି ଙ୍କ ପିଛା କରୁଥିବା କଥା ମଧ୍ୟ ପଦାକୁ ଆସୁଛି Iବିଳମ୍ବିତ ରାତିରେ ଲୁଟେରା ମାନେ କୌଣସି ନା କୌଣସି ବାହାନା କରି ରେଲବାଇର ଫାଟକ ନିକଟରେ ରହି ଲୋକଙ୍କ ପିଛା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି Iଏହି ରାସ୍ତାଟି ସର୍ପିଳ ଆକୃତି ହୋଇଥିବା ବେଳେ ଯାତ୍ରୀ ମାନେ ଅତି ସାବଧାନତର ସହ ଯିବା ଆସିବା କରୁଥିବା ବେଳେ ଡକାୟତ ମାନଙ୍କୁ ବେସ ସୁବିଧା ହେଉଥିବା ମଧ୍ୟ ଅନେକ ଶିକାର ହୋଇଥିବା ବାଇକ ଆରୋହି ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି Iସାଧାରଣତହ ରେଲ ଫାଟକ ନିକଟରୁ ରାମଚନ୍ଦ୍ର ପଲି ପର୍ଯ୍ୟନ୍ତ ସବୁବେଳେ ବିପଦ ରହୁଥିବା ବେଳେ ପିତାତୋଳି ଛକ ପର୍ଯ୍ଯନ୍ତ ଲୋକଙ୍କୁ ପିଛା କରାଯାଉଥିବା ମଧ୍ୟ କେତେକ ବାଇକ ଚାଳକ ପ୍ରକାଶ କରୁଛନ୍ତି Iଭୁବନେଶ୍ଵର ଠାରୁ ଚିକିଟୀ ଆସିବା ମେମୋ ଟ୍ରେନ ସବୁବେଳେ ସୁରଳରୋଡରେ ରାତି ପ୍ରାୟ ଏଗାରଟା ହେଉ ଥିବା ବେଳେ ସୁରଳ ରୋଡ ରେ ଓଲାହୁଥିବା ବ୍ୟକ୍ତି ମାନେ ଅତି ଭୟଭିତ ହୋଇ ଆସୁଥିବା ମଧ୍ୟ ଦେଖିବାକୁ ମିଳୁଛି Iସେଭଳି ଚିକିଟୀରୁ ବ୍ରହ୍ମପୁର ଯିବା ଆସିବା ରାସ୍ତା ଟି ଜଙ୍ଗଲ ମଧ୍ୟ ଦେଇ ଗତି କରୁଥିବା ବେଳେ ଜନସାଧାରଣ ବନ୍ୟଜନ୍ତୁ ଭୟରେ ଯିବା ଆସିବା ନକରି ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଏଭଳି ଅବସ୍ତା ଶୁଣି ଲୋକେ ଏକୁଟିଆ ଆସିବାକୁ ଉଚିତ ମନେକରନ୍ତି ନାହଁ Iଏଣୁ ପ୍ରଶାସନ ଯଦି ଏଥି ପ୍ରତି ଧ୍ୟାନ ନଦିଅନ୍ତି ତେବେ ସାଧାରଣ ଲୋକ ଆଗାମୀ ଦିନରେ ଲୁଟର ଶିକାର ହୋଇ ସର୍ବସାନ୍ତ ହୋଇ ପଡିବେ ଏବଂ ଅନେକ ଲୋକଙ୍କ ଜୀବନ ମଧ୍ୟ ଯିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.