
ଉମରକୋଟ ( ୧୫/୧୧/୨୦୨୪) ସନାତନ ଧର୍ମରେ କାର୍ତ୍ତିକ ପୁର୍ଣିମାର ବିଶେଷ ମହତ୍ୱ ରହିଛି। ଏହି ଶୁଭ ତିଥିରେ ଜଗତର ପାଳନ କର୍ତ୍ତା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଆରାଧନା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ କାର୍ତ୍ତିକ ପୁର୍ଣିମାର ଶୁଭ ମୁଁହତ୍ୱରେ ପୂଜାର୍ଚ୍ଛନା କଲେ ଜାତକରେ ଥିବା ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ ଓ ଜୀବନର ସମସ୍ତ କଷ୍ଟ ଲାଭବ ହୁଏ। ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ପୁର୍ଣିମାର ପ୍ରାରମ୍ଭ ୧୫ ନଭେମ୍ବର ସକାଳ ୬ ଟା ୧୯ ମିନିଟରୁ ଆରମ୍ଭ ହୋଇ ୧୬ ନଭେମ୍ବର ରାତି ୨ ଟା ୫୮ ମିନିଟରେ ସମାପନ ହୁଏ। ସାରା ଦେଶରେ ବିଶେଷ କରି ଏହି କାର୍ତ୍ତିକ ପୁର୍ଣିମା ଦିନ ଘରର ସ୍ଵଛତା ଉପରେ ସମସ୍ତେ ଧ୍ୟାନ ଦିୟନ୍ତି। ଏହାକୁ ତ୍ରିପୁରାରୀ ପୁର୍ଣିମା ଓ ଦେବ ଦୀପାବଳି ମଧ୍ୟ କୁହାଯାଏ। ପୁରାଣ ମତନୁସାରେ ମାନ୍ୟତା ରହିଛି ଯେ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ଦୈତ୍ୟର ବଧ କରିଥିଲେ ସେଥି ପାଇଁ କାର୍ତ୍ତିକ ପୁର୍ଣିମାର ଅନ୍ୟ ନାମ ତ୍ରିପୁରାରୀ ପୁର୍ଣିମା। କାର୍ତ୍ତିକ ଅମାବାସ୍ୟାରେ ମାନବ ମାନେ ଦୀପାବଳି ମନାନ୍ତି କିନ୍ତୁ କାର୍ତ୍ତିକ ପୁର୍ଣିମା ଦିନ ଦେବତା ପାଳନ କରନ୍ତି ଏହି ଦୀପାବଳି ପର୍ବ। ସାରା ଦେଶରେ ଲୋକେ ଗଙ୍ଗା, ଯମୁନା, ନର୍ମଦା, ଶିପ୍ରା ଭଳି ପବିତ୍ର ନଦୀରେ ବୁଡ଼ ପକାନ୍ତି ଓ ସେଠାରେ ଦୀପ ଦାନ ମଧ୍ୟ କରନ୍ତି, ତାହାସହ ଘର ପରିବାରର ସୁଖ ସମୃଦ୍ଧି ପାଇଁ ଯଜ୍ଞ ତଥା ପୂଜନ କାର୍ଯ୍ୟ ମଧ୍ୟ କରନ୍ତି। ଏହି ପରି ପବିତ୍ର କାର୍ତ୍ତିକ ପୁର୍ଣିମାରେ ଉମରକୋଟ / ରାଇଘର / ଝରୀଗାଁ ୬୨ ଡିଏନକେର ଗ୍ରାମର ଜାତି ବର୍ଣ୍ଣ ନିର୍ବିଶେଷରେ ଭକ୍ତ ବୃନ୍ଦ ମାନେ ବହୁ ସଂଖାରେ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ନବରଙ୍ଗପୁର ଜ଼ିଲ୍ଲା ସଦର ଉମରକୋଟ ଡିଏନକେ ଥିବା ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇ ଭକ୍ତି ସହକାରେ ପୂଜା ଅର୍ଚ୍ଚନା କରିବା ସହିତ ଅଷ୍ଟପ୍ରହରି ମଧୁର ମହାନାମ ଯଜ୍ଞ ହରେ କୃଷ୍ଣ, ହରେ କୃଷ୍ଣ ଶ୍ରବନ କରି ଭକ୍ତ / ଭକ୍ତା ମାନେ ଆଖିର ଲୁହରେ ପ୍ଲାବିତ ହୋଇ ବକ୍ଷ ଭସାଇବା ପରିଲକ୍ଷିତ। ସୁଦୂର କଲିକତା, ମାଲଖାନଗିରି, ପାଖାନଜୋର, ସ୍ଥାନୀୟ ମହାନାମ ସଂକୀର୍ତନ ହରେ ରାମ,ହରେ ରାମ ପରିବେଶନ କରିବା ପାଇଁ ବିଭିନ୍ନ ଦଳ ଗୁଡିକ ଆସିଥିଲେ।ଉମରକୋଟ ଡିଏନକେ ରାଧା କୃଷ୍ଣ ମନ୍ଦିର ପରିଚାଳନା କମିଟି ଓ ନିଖିଳ ଭାରତ ସମନ୍ୟାୟ ବଙ୍ଗୀୟ ଜୋନାଲ କମିଟି ସମସ୍ତେ ମିଳିମିଶି ମହା ଆଡମ୍ବର ର ସହିତ ଉଦଯାପନ କରି ଏହି କାର୍ତ୍ତିକ ପୁର୍ଣିମାର ସମସ୍ତ କିଛି ସୁରୁ ଖୁରୁରେ ସମାପ୍ତ କରନ୍ତି। କୌଣସି ପ୍ରକାରର ବୃଶୃଙ୍ଖଳା ଯେ ପରି ନ ଘଟେ ସେଥି ପ୍ରତି ଉଭୟ କମିଟିଦ୍ବୟ ତୀକ୍ଷ୍ମ ନଜର ରଖନ୍ତି।
