କନ୍ଧମାଳ ପାଲଟିଛି ଗମ୍ବୁଶିଆ ମାଛର ଗନ୍ତାଘର

add-all

ଫୁଲବାଣୀ: ରାଜ୍ୟବ୍ୟାପୀ ଅନେକ ଜିଲ୍ଲା ପାଇଁ ଗମ୍ବୁଶିଆ ମାଛ ଦ୍ଵାରା ମଶା ବାହିତ ରୋଗ ନିର୍ମୂଳ ପାଇଁ ପ୍ରେରଣା ସାଜିଛି କନ୍ଧମାଳ । ୧୨ ଟି ବ୍ଲକ ତଥା ଜିଲ୍ଲା ମୁଖ୍ୟାଳୟ ରେ ଏହି ମାଛ ଉତ୍ପାଦନ କରି ଜିଲ୍ଲାର କୋଣ ଅନୁକୋଣରେ ଏହାର ବ୍ୟବହାର କରି ମଶା ବଂଶ ନିପାତ୍ତ କରିବା ସହ ଅନ୍ୟ ଜିଲ୍ଲା ଯଥା ଗଞ୍ଜାମ, ବୌଦ୍,ସୋନପୁର ,ନୟାଗଡ଼,ସମ୍ବଲପୁର ଭଳି ଅନେକ ଜିଲ୍ଲାକୁ ଏହି ମାଛ ପ୍ରଦାନ କରି ଉଦାହରଣ ସାଜିଛି । ଆଜି ସିଡିଏମଓ ଡା. ସନ୍ତୋଷ କୁମାର ପାଢ଼ୀ ଙ୍କ ଦ୍ଵାରା ଫୁଲବାଣୀ ମ୍ୟୁନିସିପାଲଟି ଅଞ୍ଚଳରେ ଅନେକ ଜାଗାରେ ଏହି ଲାର୍ଭାଖିଆ ମାଛ ଛାଡାଯାଇ ଛାତ୍ରଛାତ୍ରୀ , ଆଶା,ଏ ଏନ୍ ଏମ୍ ,ଏ ଡବ୍ଲ୍ଯୁ , ରୋଟାରୀଆନ୍, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଅନେକ ଲୋକଙ୍କୁ ବୁଝାଯାଇଥିଲ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ସାହୁଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା l ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାଃ ଅରବିନ୍ଦ ଦାସ ଏହାର ମହତ୍ତ୍ଵ ଲୋକଙ୍କୁ ବୁଝାଇବା ସହ ସଚେତନ କରାଇଥିଲେ l

ad-week
Leave A Reply

Your email address will not be published.