ସଂଗ୍ରାମୀ ଶହିଦ୍ ଲକ୍ଷ୍ମଣ ନାୟକ ବନ୍ଦୀ ଥିବା ମଣ୍ଡଳ କାରାଗାରରେ ଜୟନ୍ତୀ ପାଳିତ

add-all

ବନ୍ଦୀ ସ୍ମୃତି ମନ୍ଦିରରେ ନୂତନ ବସ୍ତ୍ର ଅର୍ପଣ କରିଥିଲେ ମନ୍ତ୍ରୀ ଶ୍ରୀ ଜେନା
ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ପରାଧୀନ ଭାରତର ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମଣ ନାୟକ ଗରିବ କୃଷକ, ମଜୁରିଆ, ଆଦିବାସୀ ଓ ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା ଓ ଶୋଷଣ ବିରୁଦ୍ଧରେ ଲଢେଇ କରି ଇଂରେଜ ସରକାରଙ୍କ ମିଛ ଆରୋପରେ ଅଭିଯୁକ୍ତ ହୋଇ ୧୯୪୩ ମାର୍ଚ୍ଚ ୨୯ ତାରିଖରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଶହୀଦ୍ ହୋଇଥିଲେ। ୧୯୪୨ ଭାରତ ଛାଡ ଆନ୍ଦଳନ ବେଳେ ଅସାଧାରଣ ଵୀରତ୍ଵର ସହିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇ କରି ଆଦିବାସୀ ନେତା ଲକ୍ଷ୍ମଣ ନାୟକ ସମସ୍ତଙ୍କ ଚୀର ସ୍ମରଣୀୟ l କେବଳ ବ୍ରିଟିଶ ସମ୍ରାଜ୍ୟବାଦର ଅନ୍ତନୁହେଁ, ଦେଶରୁ ସବୁଦିନ ପାଇଁ ସମସ୍ତ ପ୍ରକାର ଅନ୍ୟାୟ, ଶୋଷଣ, ଜୁଲୁମର ବିଲୋପ ହେଉ ,ଅନ୍ଧ ବିଶ୍ୱାସ ଦିଗରେ ସଚେତନତା, କୁସଂସ୍କାରର ପତନ, ଏହା ହିଁ ଥିଲା ବୀର ଲକ୍ଷ୍ମଣ ନାୟକଙ୍କ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଳିଷ୍ଠ ଭୂମିକା l ସମସ୍ତ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଅଧିକାରର ଲଢେଇ ପାଇଁ ଶହୀଦ ଲକ୍ଷ୍ମଣ ନାୟକ ଜଣେ ଅନ୍ୟତମ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ଭାବେ ପ୍ରେରଣାର ଉତ୍ସ। ଶୁକ୍ରବାର ପୂର୍ବାହ୍ନରେ ବ୍ରହ୍ମପୁର ମଣ୍ଡଳ କାରାଗାର ଭିତରେ ଥିବା ସ୍ମୃତି ମନ୍ଦିରରେ ଯେଉଁଠି ସେ ବନ୍ଦୀ ଥିଲେ ସେହିଠାରେ ଶ୍ରଦ୍ଧା ସୁମନ ପୁର୍ବକ ନୂତନ ବସ୍ତ୍ର ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ବାଣିଜ୍ୟ ଓ ପରିବହନ, ଖଣି ଏଵଂ ଇସ୍ପାତ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା। ତାଙ୍କ ସହିତ ଅନ୍ୟାନ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର ସାରବଣା ବିବେକ ଏମ, ମଣ୍ଡଳ କାରାଗାର ବରିଷ୍ଠ ଅଧିକ୍ଷକ ଧୀରେନ୍ଦ୍ର ନାଥ ବାରିକଉପସ୍ଥିତ ଥିଲେ।ପରେ ପରେ ସମସ୍ତ ଅତିଥି ଏବଂ ଅନେକ ନେତୃବୃନ୍ଦ, ସାମ୍ୱାଦିକ, ଜନ ସାଧାରଣ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀଗଣ କାରାଗାର ବାହାରେ ଯେଉଁଠି ଶହିଦଙ୍କୂ ଫାଶୀ ଦିଆଯାଇଥିଲା ସେହିଠାରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

ad-week
Leave A Reply

Your email address will not be published.