ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ…

add-all


ବାଲିଗୁଡ଼ା :, କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ ଜଗିଥିଲେ। ଏହି ସମୟରେ ଗୋଟିଏ ଧଳା ରଙ୍ଗର ଏକ କାର୍‌ ଓଡି ୦୨ ସିଏନ୍‌ ୦୪୩୩ ଆସୁଥିବା ଦେଖି କାର୍‌ ଯାଞ୍ଚ କରିବା ବେଳେ ଏହା ଭିତରୁ ୨୩ କେଜି ଗଞ୍ଜେଇ ବାହାରିଥିଲା l କାର୍‌ ଓ ଗଞ୍ଜେଇକୁ ଜବତ କରିଥିବା ବେଳେ କାର୍‌ ଭିତରେ ଥିବା ଦୁଇ ଗଞ୍ଜେଇ ଚାଲାଣକାରୀ ଯୁବକ ଫିରିଙ୍ଗିଆ ଅଞ୍ଚଳର ଅଭୟ ପର୍ଶୁରାମ ମହାରଣା(୨୦) ଓ ଶଙ୍କରାଖୋଲ ଅଞ୍ଚଳର ବିକୁ ଦିଗାଳ(୨୦) କୁ ଗିରଫ କରି କେଶ ନଂ. ୭୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ନେଇ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହ ଚଢ଼ାଉରେ ଓଆଇସି ସୁମିତ୍ର ଦଳେଇ, ଏସ୍‌ଆଇ ଏନ୍‌.ତିରୁପତି ରାଓ ଓ ଭବାନୀ ଶଙ୍କର ସେଠୀ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.