ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ…

add-all


ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଗରିବ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କନ୍ଧମାଳ ରେ ଅତି ପ୍ରବଳ ଶୀତ ହେଉଥିବା ଯୋଗୁ ଅସହାୟ ମାନେ ବହୁତ କଷ୍ଟ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଫ୍ରେଣ୍ଡସ୍ କ୍ଲବ ଅସହାୟ ମାନେ ଶୀତ ରୁ ରକ୍ଷା ପାଇବା ପାଇଁ କମ୍ବଳ ପ୍ରଦାନ କରିଥିଲେ। କ୍ଲବ ର ସଭାପତି ବିମଳ ମଲିକ ଙ୍କ ନେତୃତ୍ୱରେ ଏହି କାର୍ଯକ୍ରମ ଟି ହେଇଥିଲା।ପ୍ରାୟ ଚାରିଗୋଟି ପଞ୍ଚାୟତ ର ଚାଳିଶ ଜଣଙ୍କୁ ପ୍ରଦାନ କାରଯାଇଥିଲା। ଖଜୁରୀପଡା ବଣିକ ସଙ୍ଘ ର ସଭାପତି ମନୋଜ କୁମାର ପଣ୍ଡା, ଅଥିତି ରୂପେ ଯୋଗଦେଇଥିଲେ। ଡ଼ଃ.ସୂର୍ଯ୍ୟ ନାରାୟଣ ବେହେରା, ରମାକାନ୍ତ ବେହେରା,ଚନ୍ଦ୍ରକାନ୍ତ ବେହେରା ଯୋଗଦେଇଥିଲେ। କ୍ଳବ ର ସମ୍ପାଦକ ବୁଦ୍ଧିଆ ଗଣ୍ଡା,କୋଷାଧକ୍ଷ ଜଗନ୍ନାଥ ଯାନୀ,ପ୍ରଦୀପ ଦିଗାଲ, ବିରୂପାକ୍ଷ,ସୁଧାଂଶୁ,ଆଲୋକ ପ୍ରଧାନ ଓ କ୍ଳବ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହିଭଳି ଜନହିତକର କାର୍ଯ୍ୟ ପାଇଁ ଖଜୁରୀପଡା ର ସମସ୍ତ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିଲେ।

ad-week
Leave A Reply

Your email address will not be published.