ପ୍ରାହେଡପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଟା ଛାତ ତଳେ ଚାଲିଛି ଶିକ୍ଷାଦାନ…

add-all

ଦାରିଙ୍ଗବାଡି, ୨୩/୧୧ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଟା ଛାତ ତଳେ ଚାଲିଛି ଶିକ୍ଷାଦାନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏହି ବିଦ୍ୟାଳୟରେ ଦୁଇଟି ଶ୍ରେଣୀ କୋଠରୀରେ ଶିକ୍ଷା ଦାନ ଚାଲିଛି। ଦୁଇଟି ଶ୍ରେଣୀ ଗୃହ ରହିଛି। ବିଦ୍ୟାଳୟର ଛାତ୍ର ଛାତ୍ରୀ ସଂଖ୍ୟା (୪୦) ଚାଳିଶି । ଦୀର୍ଘ ବର୍ଷ ହେବ ଫଟା ଛାତ ତଳେ ବିପଦ ସଙ୍କୁଳ ପରିସ୍ଥିତିରେ ପ୍ରାହେଡପଙ୍କାର ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଦାନ ଚାଲି ଥିବା ଜଣାପଡିଛି। ବର୍ତମାନ ଏହି ବିଦ୍ୟାଳୟରେ ୩ ଶିକ୍ଷକ କାର୍ଯ୍ୟରତ ରହିଛନ୍ତି। ବର୍ଷା ଦିନରେ ଗ୍ରାମ ବାସୀ ମାନେ ଫଟା ଛାତ କାଳେ ଭୁଷୁଡି ପଡ଼ିବ ଭୟରେ ନିଜ ନିଜ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ି ନଥିବା କହିଛନ୍ତି। ଶିକ୍ଷକ ମାନେ ମଧ୍ୟ ଏହି କଥା ସ୍ବୀକାର କରିଛନ୍ତି। ଶିକ୍ଷକ ମାନଙ୍କ କହିବାକଥା ବର୍ଷା ଦିନରେ ଆଶଙ୍କା ଭିତରେ କାଳେ ଛାତ ଭୁଶୁଡ଼ି ପଡ଼ିବକି ଭାବି ଭାବି ଭୟଭିତ ଭବେ ଶିକ୍ଷା ଦାନ କରିଥିବା କହିଛନ୍ତି। ବହୁବାର ଗ୍ରାମବାସୀଙ୍କ ଅଭିଯୋଗ ପରେ ୨୦୨୨ ରେ ନୂତନ କୋଠା ନିର୍ମାଣ ପାଈଁ ବ୍ଲକ ତରଫରୁ ଅନୁଦାନ ଦିଆଗଲା। ହେଲେ ଆଜକୁ ଦୁଇ ବର୍ଷ ହେବ ଅଧ ପନ୍ତରୀୟା ଭବେ ପଡି ରହିଛି ନୂତନ ଭାବେ ନିର୍ମାଣ ହେଉଥିବା ବିଦ୍ୟାଳୟ କୋଠା। ଏଣୁ ପ୍ରାହେଡପଙ୍କା ଗ୍ରାମ ବାସୀ ଅପୂର୍ନାଙ୍ଗ ବିଦ୍ୟାଳୟ କୋଠା ଅତି ଶିଘ୍ର ପୂର୍ଣ୍ଣାଙ୍ଗ କରିବାକୁ ବ୍ଲକ ପ୍ରଶାସନ ନିକଟରେ ଦାବୀ ରଖିଛନ୍ତି। ଗ୍ରାମ ବାସୀଙ୍କ କହିବାକଥା ୧୫ ଦିନ ମଧ୍ୟରେ ବିଦ୍ୟାଳୟ କୋଠା ନିର୍ମାଣ କାମ ଆରମ୍ଭ କରାନ ଗଲେ, ଗ୍ରାମ ବାସୀ ଜିଲା ପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିବାର ନିଷ୍ପତ୍ତି ନେଇଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.