ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଧକ୍ଷଙ୍କ ବିରୋଧରେ ଆସିପାରେ ଅନାସ୍ତା ପ୍ରସ୍ତାବ । ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଥିବା ଅଧକ୍ଷଙ୍କ ବିରୋଧରେ ଆସିବାକୁ ଯାଉଛି ଅନାସ୍ତା ପ୍ରସ୍ତାବ, ଏନେଇ କୌଣସି ସ୍ପଷ୍ଟ ତଥ୍ୟ କିମ୍ବା ପ୍ରମାଣ ମିଳି ନଥିବା ବେଳେ ଏହାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବାଲିମେଳା ଏନଏସିରେ ମୋଟ ୧୨ଟି କାଉନସିଲର ରହିଥିବା ବେଳେ ସେଥି ମଧ୍ୟରୁ ୮ଜଣ ବିଜେଡି ଦଳର ସମର୍ଥିତ ଏବଂ ଅନ୍ୟ ୪ ଜଣ ବିଜେପି ଦଳର। ତେବେ ବର୍ତ୍ତମାନ ପ୍ରାୟ ୮ ରୁ ୯ ଜଣ କାଉନସିଲର ଅଧକ୍ଷଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣି ପାରନ୍ତି ବୋଲି ଚର୍ଚା ହେଉଛି । ଏହି ଅଞ୍ଚଳରେ ଗତ କିଛି ବର୍ଷ ହେବ ଉନ୍ନୟନ କାର୍ଯ୍ୟ ଠପ ହୋଇଥିବା ଯୋଗୁଁ ଏହି ଅନାସ୍ତା ପ୍ରସ୍ତାବ ଆସିପାରେ ବୋଲି ଆଲୋଚନା ହେଉଛି। ତେବେ ଏହା ମଧ୍ୟ କୁହା ଯାଉଛି ଯେ ନଗର ଅଧକ୍ଷଙ୍କ ସହ କିଛି କାରଣକୁ ନେଇ ଏହି କାଉନସିଲର ମାନେ କ୍ଷୋଭ ପ୍ରକାଶ କରି ଏହିପରି ଅନାସ୍ତା ଆଣି ପାରନ୍ତି। ଏସବୁ କୁ ନେଇ ଯଦିଓ କୌଣସି ସଠିକ ତଥ୍ୟ ମିଳି ନାହି, କିମ୍ବା କେହି ଏହାକୁ ସ୍ୱଷ୍ଟକ୍ତି ହୋଇନଥିବା ବେଳେ କେହି ମୁହଁ ଖୋଲିବାକୁ ନାରାଜ । ନେଇ ଗତ କିଛିଦିନ ହେବ ଚର୍ଚା ହେଉଥିବା ଶୁଣିବାକୁ ମିଳିଛି। ତେବେ ଅନାସ୍ତା ପ୍ରସ୍ତାବ ଆସିବା କି ନାହି ଯଦିଓ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହି, କିନ୍ତୁ ଏହି ବିଷୟକୁ ନେଇ ଅଞ୍ଚଳରେ ଆଲୋଚନା ଓ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି।
