ଅବକାରୀ ବିଭାଗର ନିଷ୍କ୍ରିୟତା : ରାସ୍ତାପାର୍ଶ୍ଵ ଥଣ୍ଡା ପାନୀୟ ଦୋକାନ ସାଜିଛି ମିନି ବାର…

ବଟି ନେଇ ପ୍ରଶାସନ ଚୁପ…!!

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗର ପାରିବା ପଣିଆବାଟରୁ ଯାଇ ହାଟରେ ଗଡ଼ିଲାଣି l କିଛିଦିନ ତଳେ ତେଜରାତି ଦୋକାନ ମଦବିକ୍ରୀ ବାବଦରେ ଖବର ପ୍ରକାଶ ପରେ ଅବକାରୀ ବିଭାଗ ପକ୍ଷରୁ ତତ୍ପରତା ଦେଖାଇବା ସହ ବେଆଇନ ବିଦେଶୀମଦ ବିକ୍ରି ଅଭିଯୋଗରେ ଦୋକାନୀ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଅବକାରୀ ବିଭାଗର ନିଷ୍କ୍ରିୟତା ଦେଖିବାକୁ ମିଳିଛି ।ଉଣ୍ଡରୁକୋଣ୍ଡା ଛକ ପାର୍ଶ୍ୱ ବର୍ତୀ ଦୋକାନରେ ମିଳୁଛି ବିଦେଶୀ ମଦ । ଏଠାରେ କହିବା ବାହୁଲ୍ୟ ଯେ ଉକ୍ତ ଅଞ୍ଚଳର ସନ୍ନିକଟ ରେ ରହିଛି ପଂଚାୟତ ଅଫିସ ଦୈନିକ ବହୁ ଲୋକଙ୍କ ଏହି ଅଞ୍ଚଳରେ ଚଳ ପ୍ରଚଳ ହେଉଥିବାରୁ ଏହି କାଉଣ୍ଟର ଖୋଲିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏହି ଦୋକାନ ରୀତିମତ ବିଦେଶୀ ମଦ ବିକ୍ରୟ କରୁଛି ତାହା ଚିନ୍ତାର ବିଷୟ କାହା ବଳରେ ବଳିୟାନ ଏହି ମଦ ଦୋକାନୀ ଅବକାରୀ ବିଭାଗ ନା ଆଉ କେଉଁ ବହୁବଳୀ ଙ୍କ ଅଦୃଶ୍ୟ ହାତ ଏହି ଦୋକାନୀଙ୍କ ମୁଣ୍ଡଉପରେ ରହିଛି ଯାହା ଯୋଗୁଁ ବିନଦାଶ୍ ରେ ଏହି ଦୋକାନୀ ମଦ ବିକ୍ରି କରୁଛନ୍ତି ।ଏ ବାବଦ ରେ ଅବକାରୀ ବିଭାଗର ଦାୟିତ୍ୱ ରେଥିବା ଅଧିକାରୀ ଅବଗତ ନଥିବା କହିବା ସହ ତଦନ୍ତ କରାଯିବ କହିଛନ୍ତି । ଦେଖାଯାଉ ତଦନ୍ତ କେଉଁ ବାଟରେ ଯାଉଛି ତାହା ସମୟ ସାଫେକ୍ଷ

ad-week
Leave A Reply

Your email address will not be published.