ଚାଷୀଙ୍କ ପାଇଁ ଅଲୋଡ଼ା ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର :କାର୍ଯ୍ୟାଳୟ ବାହାରେ ଖୋଲା ଭିତରେ ବନ୍ଦ……!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା କୃଷି ଜିଲ୍ଲା ଅଧୀନରେ ସୋରଡ଼ା, ଶେର ଗଡ଼, ଧରାକୋଟ ଓ ଆସିକା ବ୍ଲକ ଅନ୍ତର୍ଭୁକ୍ତ ରହିଛି। ଆସିକା ବାବନପୁର ଠାରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କେବଳ ଫଳକ ରେ ରହିଯାଇଛି। ସୂଚନା ପରାମର୍ଶ ଦେବାକୁ ଥିବା ବାବୁ ଏଠାକୁ ପ୍ରତିଦିନ ଆସନ୍ତି ନାହିଁ। ଦୂର ଦୁରାନ୍ତ ରୁ ଆସିଥିବା ଚାଷୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅଫିସ କୁ ଜଗିଥିବା କର୍ମଚାରୀ କୁହନ୍ତି ବାବୁ ଫିଲଡ଼ କୁ ଯାଇଛନ୍ତି। ବିଚରା ଚାଷୀ ଭାଗ୍ୟକୁ ଆଦାରୀ ଚୁପଚାପ ଚାଲି ଆସିବାକୁ ବାଧ୍ୟ ହୁଏ। ଆସିକା ଅଞ୍ଚଳରେ ଥିବା ଅଧିକାଂଶ ସରକାରୀ ବାବୁ ମାନଙ୍କ କାର୍ଯ୍ୟାଳୟ ଆସିକା ରେ ଥିବା ବେଳେ ବାବୁ ମାନେ ବ୍ରହ୍ମପୁର ରେ ଅଧିକା ସମୟ ମଉଜ ମଜଲିସ ରେ ସମୟ କାଟୁଥିବାର ନଜିର ରହିଛି। ଅଦିନିଆ ବର୍ଷା ଯେତିକି ଚାଷୀଙ୍କୁ କଷ୍ଟ ଦେଇନି ସେତିକି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଦୁଃଖ ଦେଇଛି ବୋଲି ବହୁ ଚାଷୀ ଅଭିଯୋଗ କରୁଛନ୍ତି। ଏହି ଜିଲ୍ଲା କୃଷି କାର୍ଯ୍ୟାଳୟ କୁ କେତେ ବିହନ, ସାର ଓ ଔଷଧ ଆସୁଛି ତାହା ପ୍ରକୃତ ରେ ଚାଷୀଙ୍କ ନିକଟରେ ପହଞ୍ଚୁଛି ନା ନାହିଁ ତାହାର ହିସାବ କାହାପାଖରେ ନାହିଁ। ଆସିକା ସହର ଠାରୁ ଏହି କାର୍ଯ୍ୟାଳୟ ଦୂରରେ ରହୁଥିବା ଯୋଗୁଁ ବାବୁ ମାନଙ୍କ କାରନାମା ଲୋକ ଲୋଚନ କୁ ଆସୁନାହିଁ। ଅଫିସ କେତେବେଳେ ଖୋଲାଯାଉଛି ବନ୍ଦ ହେଉଛି ଯିଏ ଅଫିସ କୁ ଆସୁଛି ସେହି କହିପାରିବେ। ଅଦିନିଆ ବର୍ଷା ରେ ଚାଷୀ ଯେତିକି ହନ୍ତସନ୍ତ ହୋଇଛନ୍ତି। ତାହା ଠାରୁ ବାବୁ ବାବୁ ମାନଙ୍କ ଆଶୀର୍ବାଦ ହେଲେ ହିଁ କ୍ଷତି ପୂରଣ ମିଳିପାରିବ ବୋଲି ଚର୍ଚ୍ଚା ହେଲେବି ବାବୁ ମାନଙ୍କୁ ଦେଖିବାକୁ ଏଠାରେ ସାତ ସପନ ହୋଇଛି। ବାବୁ ମାନଙ୍କ କାର୍ଯ୍ୟାଳୟ ର ପର୍ଦା କେବଳ ମୂକ ସାକ୍ଷୀ ହୋଇ ରହିଯାଇଛି।

nis-ad
Leave A Reply

Your email address will not be published.