ମୁଣ୍ଡମରେଇ ଧାନ ମିଲ ଗୁମାସ୍ତାଙ୍କ ଦାଦାଗିରି :କଟନୀ ଛଟନୀ ପାଇଁ ମାଡ଼ ଖାଇଲେ ସମିତି ସଭ୍ୟ…

ଚାଷୀଙ୍କ ଧାନ ନେଇ ଯାଇଥିବା ସମିତି ସଭ୍ୟଙ୍କୁ ମାଡ ମାରିଲେ ଗୁମାସ୍ତା ଓ ଲେବର ଥାନାରେ ମାମଲା…!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ରାଜଲକ୍ଷ୍ମୀ ରାଇସ ମିଲ ଗୁମାସ୍ତାଙ୍କ ଦାଦାଗିରି। ମିଲକୁ ଚାଷୀର ଧାନ ନେଇ ଯାଇଥିବା ଜଗମୋହନ ପଞ୍ଚାୟତର ସମିତି ସଭ୍ୟଙ୍କ ଉପରେ ଆକ୍ରମଣ କରିବା ସହ ମାଡମାରିଥିବା ନେଇ ଗୁମାସ୍ତାଙ୍କ ବିରୋଧରେ ଧରାକୋଟ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଜଗମୋହନ ପଞ୍ଚାୟତର ସମିତି ସଭ୍ୟ ବିଭୂତି ଭୂଷଣ ବେଵର୍ତ୍ତା ଗତ କାଲି ପିକ୍ଅପ୍ ଭେନ୍ ରେ ଜଣେ ଚାଷୀଙ୍କ ଧାନ ନେଇ ରାଜଲକ୍ଷ୍ମୀ ରାଇସ ମିଲକୁ ଯାଇଥିଲେ।ମିଲର ଗୁମସ୍ତା ରେଜିଷ୍ଟ୍ରି ରେ ୨୮ ନମ୍ବରରେ ଧାନ ରଖିବା ପାଇଁ ଲେଖି ପରବର୍ତ୍ତୀ ଦିନ ଆସିବାକୁ କହିଥିଲେ। ହେଲେ ଆଜି ସକାଳେ ସମିତି ସଭ୍ୟ ମିଲକୁ ଯାଇଥିଲେ l ଲିଷ୍ଟିର ନମ୍ୱର ଅନୁସାରେ ଧାନ ଗାଡ଼ିରୁ ଓହ୍ଲେଇବାକୁ କହିବାର ଗୁମସ୍ତା ଜଣଙ୍କ ସମିତି ସଭ୍ୟଙ୍କୁ ଆକ୍ରମଣ କରିବା ସହ ତିନି ଚାରି ଜଣ ଲେବରକୁ ନେଇ ତାଙ୍କୁ ମାଡ ମାରିଥିଲେ। ମାଡ ମାରିବା ଫଳରେ ସମିତି ସଭ୍ୟଙ୍କ ଆଖି ଓ ମୁଣ୍ଡରେ ଆଘାତ ଲାଗିଥିଲା।ଏନେଇ ସେ ଧରାକୋଟ ଥାନାରେ ଏତଲା ଦେଇଛନ୍ତି। ଆଗରୁ ମଧ୍ୟ ଧରାକୋଟରେ ମଣ୍ଡି ଓ ମିଲର ମାନେ ଚାଷୀଙ୍କ ଭଲ ଧାନକୁ ଖରାପ ଧାନ କହି କମ୍ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ତେବେ ଧରାକୋଟରେ ଦିନକୁ ଦିନ ମିଲର ମାନେ ଚାଷୀଙ୍କ ଉପରେ ମନମାନି କରୁଥିବା ବେଳେ ଚାଷୀ ମାନେ ହଇରାଣ ହେଉଛନ୍ତି।ଆଉ ଏସବୁ ଜାଣିଶୁଣି ପ୍ରଶାସନ ମଧ୍ୟ ନୀରବ ରହୁଛି। ପ୍ରକାଶ ଥାଉକି ଗତ ୪ ତାରିଖ ଦିନ ନିଶର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ଏହି ମୁଣ୍ଡ ମରେଇ ମିଲରୁ ତିନି ଜଣ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ କୁଆଡ଼େ ଗମ ଧାନର ଭିଜୁଆଲ ଦେଖାଇ ମିଲ ମାଲିକଙ୍କ ଠାରୁ ମୋଟା ଅଙ୍କ ନେଇଥିବାର ସମ୍ପର୍କ ରେ।ଗତ କାଲି ଜଣେ ନିର୍ବାଚିତ ସମିତି ସଭ୍ୟକୁ ମଧ୍ୟ ଏହି ମିଲର ଗୁମୁସ୍ତା ଓ ଅନ୍ୟ କର୍ମଚାରୀ ମାନେ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ଏହି ଘଟଣା କୁ ପୂର୍ବରୁ ଟଙ୍କା ନେଇଥିବା ଇଲିକ୍ଟ୍ରୋନିକ୍ସ ମିଡ଼ିଆ ରେ ଏବେ ସୁଦ୍ଧା ଖବର ପ୍ରକାଶ ହୋଇନାହିଁ। ଚାଷୀଙ୍କ ସହ ଖେଳ ଖେଳୁଥିବା ମିଲେର ଓ ଏଭଳି ମିଡ଼ିଆ ବାଲାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି। କଟନୀ ଛଟନୀ ସମ୍ପର୍କ ରେ ମୁହଁ ଖୋଲିଲେ ଶେଷରେ ମାଡ଼ ଖାଇବାକୁ ପଡୁଛି।

nis-ad
Leave A Reply

Your email address will not be published.