ଅଫିସ ଆସିକାରେ ବାବୁ ବ୍ରହ୍ମପୁର ରେ ଏଭଳି ଅବସ୍ଥାରେ ବିଜ୍ଞାପିତ ଅଞ୍ଚଳ ପରିଷଦ …..!

ସାଧାରଣ ଜନତା ହନ୍ତସନ୍ତ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ସବୁବେଳେ ବ୍ରହ୍ମପୁର ଯାତାୟାତ କରୁଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ବାବୁ ବ୍ରହ୍ମପୁର କୁ ଯିବା ଆସିବା ଯୋଗୁଁ କାର୍ଯ୍ୟାଳୟ ରେ ଠିକ ସମୟରେ ଉପସ୍ଥିତ ରହୁନାହାନ୍ତି। ବିଭିନ୍ନ ଅଭାବ ଅସୁବିଧା ପାଇଁ ଆସିଥିବା ଲୋକେ ସାର କୁଆଡ଼େ ଗଲେ ପଚାରିଲେ ଗୋଟେ ଉତ୍ତର ମିଳେ ସାର ଆସୁଛନ୍ତି। ବାବୁଙ୍କୁ ଫୋନ କରିଲେ ବାବୁଙ୍କ ଇଚ୍ଛା ହେଲେ ଫୋନ ରିସିଭ କରନ୍ତି। ବାବୁ ଆସିଲା ପରେ ଅଫିସକୁ ଗଲେ ବାବୁଙ୍କ ଅଫିସକୁ ପହରା ଦାର କୁହନ୍ତି, ମିଟିଙ୍ଗ ଚାଲିଛି ବୋଲି। ବାବୁ ଦୈନନ୍ଦିନ ଯିବା ଆସିବା କଲେ ସରକାରୀ ଇନ୍ଧନ କେତେ ଖର୍ଚ୍ଚ ହେଉଥିବା ନେଇଏବେ ଚର୍ଚ୍ଚା ଜୋର ଧରିଛି।ଗତ ଦୁଇ ସପ୍ତାହ ହେଲା ଆସିକା ସହରର ବିଭିନ୍ନ ୱାର୍ଡରେ ସନ୍ଧ୍ୟା ବେଳେ ବତୀ ଜଳୁନ ଥିବା ସୁଯୋଗ ନେଇ ଯୋଗୁଁ ଷ୍ଟ୍ରିଟ ରୋମିଓ ମାନଙ୍କ ପ୍ରାଦୁର୍ଭାବ ବଢ଼ିଥିବା ଲକ୍ଷ କରାଯାଇଛି। ଅଳିଆ ଆବର୍ଜନା ରାସ୍ତାରେ ନପକେଇବା ଓ ଗୃହ ନିର୍ମାଣ ସାମଗ୍ରୀ ରାସ୍ତାରେ ଢଳେଇ ନକରିବା ପାଇଁ କେବଳ ସକାଳ ଓ ସନ୍ଧ୍ୟା ବେଳେ ଏକ ଗାଡ଼ିରେ ଡ଼ାକବାଜୀ ଯନ୍ତ୍ର ଦ୍ୱାରା ଧର୍ମକୁ ଆଖି ଠାର ଭଳି ସର୍ବସାଧାରଣ ରେ ପ୍ରଚାର କରାଯାଉଛି। ଟ୍ରାଫିକ ସମସ୍ୟା ସକାଶେ ରାସ୍ତା କଡ଼ ରେ ପନିପରିବା ଓ ଅନ୍ୟ ସାମଗ୍ରୀ ବିକ୍ରି କରିବାକୁ ବାରଣ କରିବାରେ କେବଳ ସୀମିତ ରହିଛି। ଅଫିସ ଆସିକାରେ ବାବୁ ବ୍ରହ୍ମପୁର ରେ ବୋଲି ଲୋକେ କହୁଛନ୍ତି। ସରକାରଙ୍କ ତରଫରୁ ବର୍ଦ୍ଧିତ ଭତ୍ତା ପାଇଁ ଗୁହାରି କରିବାକୁ ଯାଇ ବାବୁ ଙ୍କ ଅନୁପସ୍ଥିତି ଦେଖି ନିରାଶ ହୋଇ ହିତାଧିକାରୀ ଫେରୁଥିବା ଦେଖିବାକୁ ମିଳୁଛି। ନୂଆଁ ବାବୁ ସହର ରେ କେବେ ବୁଲିବେ ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.