ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ : ଜୀବନ ଓ ସମୟ ମଣିଷର ଶ୍ରେଷ୍ଠ ଗୁରୁ

add-all

ମାଲକାନଗିରି, ୧୦/୨: ମାଲକାନଗିରି ଜିଲ୍ଲା ଏସ ତଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଏମଭି ୧୬ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ପ୍ରତିନିଧି ସତ୍ୟସରଣ ପାଲ, ମୁଖ୍ୟଵକ୍ତା ଭାବେ ପୂର୍ବତନ ସାହିତ୍ୟଏକାଡେମି ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକଶିକ୍ଷା ଅଧିକାରୀ ଗୌରଙ୍ଗ ସାଜନ,ରାଜ୍ୟ ଶିକ୍ଷକ ସଂଘ ଉପସଭାପତି ରଞ୍ଜିତ ନାୟକ, ଏବିଇଓ ଅଶ୍ୱିନୀ ମାଝୀ, କୋରକୁଣ୍ଡା ବ୍ଲକ ଶିକ୍ଷକ ସଂଘ ସଭାପତି ଅରବିନ୍ଦ ଜେନା,ଶିକ୍ଷକ ବିକାଶ କୁମାର ସେଠି ଓ ବିଦ୍ୟାଳୟ କମିଟି ସଭାପତି ସୁଧାଂଶୁ ଶେଖର ଯୋଗ ଦେଇଥିଲେ | ପ୍ରଥମେ ଅତିଥିମାନେ ପ୍ରଭୂଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭକରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ | ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ ବାର୍ଷିକ ବିବରଣୀ ପାଠ ସହ ଉତ୍ସବ ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ | ଶିକ୍ଷକସଂଘ ଉପଦେଷ୍ଠା ପ୍ରଦୀପ କୁମାର ଦଳେଇ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ | ଜୀବନ ଓ ସମୟ ମଣିଷର ସର୍ବ ଶ୍ରେଷ୍ଠ ଗୁରୁ, ଜୀବନ ଆମକୁ ସମୟ ଉପଯୋଗ କରିବା ଶିଖାଏ ଓ ସମୟ ଆମକୁ ଜୀବନର ମୂଲ୍ୟ ବତାଏ, ଆଜିର ଶିଶୁ କାଲିର ନାଗରିକ, ଶିଶୁ ହସିଲେ ଦୁନିଆ ହସିବ ବୋଲି ମୂଖ୍ୟ ଵକ୍ତା ଶ୍ରୀ ଦାଶ କହିଥିଲେ।ଏହି ଅବସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶିକ୍ଷୟତ୍ରୀ ସାବିତ୍ରୀ ଦେବନାଥ ଓ ଅନୁ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ସୁଲେଖା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ad-week
Leave A Reply

Your email address will not be published.