ମନ୍ତ୍ରୀଙ୍କ ଚାପରେ ବିଜେଡି କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା।
ବ୍ରହ୍ମପୁର : ଗତ ଶୁକ୍ରବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ହଲଦିଆପଦର ଅଞ୍ଚଳରେ ଆତଙ୍କ ଖେଳାଇଦେବା ସହିତ ଦୁଇ ବିଜେପି କର୍ମୀ ଏବଂ ତିନିଜଣ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ।ଗତକାଲି ପରିବହନ ମନ୍ତ୍ରୀ ଆହତ ମାନଙ୍କୁ ଭେଟିବା ସହିତ ଗଞ୍ଜାମ ଜିଲ୍ଲାରେ ଗୁଣ୍ଡାରାଜ ଚଳିବ ନାହିଁ ଏବଂ ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ଏହି ଆକ୍ରମଣ ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଅଟକ ରଖିଥିବା ନେଇ ଆଜି ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଡେପୁଟି ମେୟର ଇ. ବିବେକ ରେଡି, ଜିଲ୍ଲା ପରିଷଦ ଉପାଦକ୍ଷା ରାଜେଶ୍ୱରୀ ଦୋରା, ବରିଷ୍ଠ ବିଜେଡି ନେତା ଆଜିତ ଦାସ, ଧର୍ମା ରେଡି,ଜିଲ୍ଲା ପରିଷଦ ସଦସ୍ୟ ଦୀପକ ସାମନ୍ତ ପ୍ରମୁଖ ବ୍ରହ୍ମପୁର ଏସପି ଙ୍କୁ ଆଜି ଭେଟିଥିଲେ। ପୋଲିସ ପ୍ରଶାସନ କୌଣସି ଚାପରେ ନ ରହି ନିରପେକ୍ଷ ଭାବେ ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।ଏହା ସହିତ ପୂର୍ବରୁ ଏବଂ ଶୁକ୍ରବାର ଦିନ ବିଜେଡି ନେତା ଶୁଭାଶିଷ ସାହୁଙ୍କ ଘର ଉପରେ ହୋଇଥିବା ବୋମା ମାଡ଼ ଘଟଣାର ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ତେବେ ମନ୍ତ୍ରୀଙ୍କ ଚାପ ସୃଷ୍ଟି କରି ବିଜେଡି କର୍ମୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା।ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ୩ଜଣଙ୍କୁ ଗିରଫ କରାଯାଇଛି ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସପି ଡାକ୍ତର. ସର୍ବଣା ବିବେକ ଏମ କହିଛନ୍ତି।
