ୟୁଥ ମାସ ସେବା ସଂଘ ପକ୍ଷରୁ ମାଗଣା ଦନ୍ତ ଚିକିତ୍ସା ଶିବିର

ଛତ୍ରପୁର,: ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ଏବଂ କେୟାର ୩୨ ଏ FCମଲ୍ଟି ସ୍ପେସିଆଲ ଡେଣ୍ଟାଲ କ୍ଲିନିକ ମିଳିତ ଆନୁକୂଲ୍ୟ ରେ ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ତିରୁପତିରାଓପେଟା ସାହି ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ୟୁଥ ମାସ ସେବା ସଂଘ ର ସମ୍ପାଦକ ସୟଦ ମୁକ୍ତାର ଙ୍କ ଅଧ୍ୟକ୍ଷତାରେ ଡାକ୍ତର ଅଭିଷେକ ପାତ୍ର ଏବଂ ତାଙ୍କ ଟିମ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କ ଦାନ୍ତ ଚିକିତ୍ସା କରିବା ସହିତ ମାଗଣା ଔଷଧ ପ୍ରଦାନ କରିଥିଲେ, ଏହି ଅବସର ରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ୟୁଥ ମାସ ସେବା ସଂଘ ର ଅଧ୍ୟକ୍ଷ ଡ଼ଃ ବନମାଳି ନେପାକ,ଉପଦେଷ୍ଟା ରାଜେଶ ସାହୁ ଓ ଵି. ଶ୍ରୀନିବାସ, ଉପସଭାପତି ତଥା ୮ନଂ ୱାର୍ଡ କାଉନସିଲର କେ. ରମେଶ, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ସ୍ୱାଭିମାନ ସ୍ବେଛାସେବୀ ସଂଗଠନ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଓ ବିଦ୍ୟାଳୟ ପ୍ରଧାନଚାର୍ଯ୍ୟ ରାଜୁ ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ, ୟୁଥ ମାସ ସେବା ସଂଘ ଏଭଳି କାର୍ଯ୍ୟ କୁ ପ୍ରଂଶସା କରିଥିଲେ, ଆଗାମୀ ଦିନ ରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ବିଦ୍ୟାର୍ଥୀ ମାନଙ୍କ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ କରାଯିବ ବୋଲି ଉପଦେଷ୍ଟା ଵି. ଶ୍ରୀନିବାସ ସୂଚନା ଦେଇଥିଲେ, ପ୍ରାରମ୍ଭ ରେ ଅତିଥି ମାନଙ୍କୁ ଫୁଲ ଚନ୍ଦନ ସହ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା

nis-ad
Leave A Reply

Your email address will not be published.