ସଡକ ଦୁର୍ଘଟଣାରେ ବିଦ୍ୟୁତ କର୍ମଚାରୀ ମୃତ୍ୟୁ

add-all

ଦୃର୍ଘଟଣା ପରେ ରାସ୍ତାରେ ପଡି ରହିଲେ ବି କେହି ନେଲେ ନାହିଁ ମେଡିକାଲ, ନିଜ ଗାଡିରେ ଉଦ୍ଧାର କରି ମେଡିକାଲ ନେଲେ ପ୍ରୋବେସାନାଲ ଆଇପିଏସ ।

ଛତ୍ରପୁର : ଦୃର୍ଘଟଣାରେ ଶିକାର ହୋଇଥିବା ଲୋକ ଙ୍କୁ ଉଚ୍ଚିତ ସମୟରେ ମେଡିକାଲରେ ପହଂଚିବା ବିଳମ୍ବ ହେଉଥିବା ହେତୁ ବହୁ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଯେ କୈାଣସି ବ୍ୟକ୍ତି ଦୃର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସଠିକ ସମୟରେ ମେଡିକାଲରେ ପହଂଚାଇଦେଲେ ତାର ସଠିକ ଚିକିତ୍ସା ହେବାସହ ଏକ ମୂଲ୍ୟବାନ ଜୀବନ ମଧ୍ୟ ବଚିଂପାରିବ। ଦୃର୍ଘଟଣାର ଏକ ଘଂଟା ଅତି ମହତ୍ୱ ଅଟେ ତେଣୁ ତାକୁ ଯଦି ସଠିକ ସମୟରେ ଚିକିତ୍ସା ମିଳିବ ତେବେ ସେହି ବ୍ୟକ୍ତି ଜଣକ ବଚିଂ ପାରିବେ। ଯେଉଁମାନେ ଆଗକୁ ଆସି ସହଯୋଗ କରିବେ ସେମାନଙ୍କୁ ଗୁଡ ସମରିଟାନ ଭାବେ ଦୁଇ ହଜାର ଟଙ୍କା ପୁରସ୍କାର ମିଳିଥାଏ। ଏନେଇ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ସଚେତନତା କରାଯାଉଥିଲେ ବି ଆଜି ଜଣେ ବ୍ୟକ୍ତି ସଡକ ଦୃର୍ଘଟଣାର ଶିକାର ହୋଇ ରାସ୍ତାରେ ପଡି ରହିଥିଲେ ବି କୈାଣସି ଲୋକ ତାକୁ ସାହାର୍ଯ୍ୟ କରିବାକୁ ଆଗକୁ ଆସିନଥିଲେ ସେହି ରାସ୍ତାରେ ପ୍ରୋବିସାନାଲ ଆଇପିଏସ ମନୀଷା ସୈାଗୁନ ଆସୁଥିବା ବେଳେ ସେ ତୁରନ୍ତ ଗୁରୁତରଆହାତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିଲେ ବି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନା ଥାଉକି ଛତ୍ରପୁର ଥାନା ଅଧିନ ପାଲିଆ ଛତ୍ରପୁର ଛକ ଜାତୀୟ ରାଜପଥ ପାଶ୍ୱର୍ରେ ବିଦ୍ୟୁତ ବିଭାଗ କର୍ମଚାରୀ ବି.ବିଗ୍ନେସ୍ୱର ରାଓ ନିଜ ସ୍କୁଟି ଧରି ରାସ୍ତା ପାର ହେବାପାଇଁ ଛିଡା ହୋଇଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବହୁ ସମୟ ପ୍ରର୍ଯ୍ୟନ୍ତ ପଡି ରହିଥିଲେ ବି ତାଙ୍କୁ କେହି ମେଡିକାଲ ନେଇନଥିଲେ, ସେହି ସମୟରେ ପ୍ରୋବିସାନାଲ ଆଇପିଏସ ମାନସୀ ସୈାଗୁନ ଆସୁଥିବା ବେଳେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ବି.ବିଗ୍ନେସ୍ୱର ରାଓ ନିଜ ଘର ବକ୍ସିପଲ୍ଲୀ ହୋଇଥିବା ବେଳେ ସେ ପାଲିଆଛତ୍ରପୁରରେ ରହୁଥିଲେ। ଘରରୁ ନିଜ ଗାଡି ଧରି ଡ୍ୟୁଟିକୁ ଆସୁଥିବା ବେଳେ ଏହି ଦୃର୍ଘଟଣା ଘଟିଥିଲା। ଖବର ପାଇଁ ବିଦ୍ୟୁତ ବିଭାଗର ଅଧିକାରୀ, କର୍ମଚାରୀ ଓ ସର୍ମ୍ପକୀୟ ମାନେ ମେଡିକାଲରେ ପହଂଚିଥିଲେ।

ad-week
Leave A Reply

Your email address will not be published.