ଛତ୍ରପୁର ବକ୍ଲରେ ପ୍ରଥମ ଦିନରେ ଶାନ୍ତି ସୁରକ୍ଷାରେ ମେଟ୍ରିକ ପରିକ୍ଷା ଶେଷ…

ଛତ୍ରପୁର: ଚଳିତ ବର୍ଷ ମାଟ୍ରିକ ପରିକ୍ଷା ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି । ଶାନ୍ତିଶୃଙ୍ଖଳା ସହ ପ୍ରଥମ ଦିବସ ଶେଷ ହୋଇଛି । ଏଥିପାଇଁ ବୋର୍ଡ ଓ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅଧିନରେ ୧୧ଟି ସ୍କୁଲରେ ୧୧ଟି କେନ୍ଦ୍ରରେ ପରିକ୍ଷା ଅନୁ ିତ ହୋଇଥିଲା । ୨୦୦୬ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେବାକୁ ଥିବାବେଳେ ୧୯୭୭ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଛନ୍ତି । କୈାଣସି କାରଣ ବଶତଃ ୨୯ଜଣ ପିଲା ପରୀକ୍ଷା ଦେଇନଥିବା ବିଇଓ କାର୍ଯ୍ୟାଳୟରୁ ସୁଚନା ମିଳିଛି । ସେହିପରି ଛତ୍ରପୁର ସ୍ଥିତ ସରକାରୀ ବାଳାକି ବିଦ୍ୟାଳୟରେ (ଏସଓସିଏସ) ପିଲାମାନେ ପରିକ୍ଷା ଦେଇଛନ୍ତି । ସେଠାରେ ୧୦୮ ଜଣ ପରିକ୍ଷା ଛାତ୍ରଛାତ୍ରୀମାନେ ପରିକ୍ଷା ଦେବାକୁ ଥିବା ବେଳେ ୯୬ ଜଣ ପରିକ୍ଷା ଦେଇଛନ୍ତି, କୈାଣସି କାରଣ ବସତଃ ୧୨ ଜଣ ପରିକ୍ଷୀତା ପରିକ୍ଷା ଦେଇନାହାନ୍ତି । କପି ରୋକିବା ପାଇଁ ଜିଲା ଶିକ୍ଷାବିଭାଗ ପକ୍ଷରୁ ତ୍ରିସ୍ତରୀୟ ସ୍ୱାର୍ଡ , ଜିଲା ପ୍ରଶାସନ ପକ୍ଷରୁ ଏବଂ ବୋର୍ଡ ପକ୍ଷରୁ ମଧ୍ୟ ସ୍ୱାଡବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ପ୍ରଥମ ଦିନ ସାହିତ୍ୟ ଥିବାରୁ ଶାନ୍ତି ସୁରକ୍ଷା ସହଶେଷ ହୋଇଥିବା ଜଣାପଡିଛି । ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢୀ ବିଭିନ୍ନ ପରିକ୍ଷା କେନ୍ଦ୍ର ବୁଲି ତଦାରଖ କରିଥିଲେ ।

nis-ad
Leave A Reply

Your email address will not be published.