ରାଇଘର : ମୌଳିକ ଅଧିକାରରୁ ବଞ୍ଚିତ ଚାରି ଖଣ୍ଡ ଗାଁ…

Independence


ଉମରକୋଟ /ରାଇଘର ( ୨୧/୦୨/୨୦୨୫) ଆମ ଦେଶର ସମ୍ବିଧାନରେ ପ୍ରତ୍ୟୋକ ମଣିଷର ଅଧିକାର “”ମୌଳିକ ଅଧିକାର”” ଭାବରେ ସ୍ଥିର ହୋଇଛି।ଅଧିକାର ହେଉଛି ଦାବି ସମୁହ ଯାହାକି ଜଣେ ବ୍ୟକ୍ତି ବଞ୍ଚିବା ଓ ଉନ୍ନତି କରିବା ପାଇଁ ନିହାତି ଦରକାର। ଛଟି ମୌଳିକ ଅଧିକାର ଭାରତର ସମ୍ବିଧାନରେ ନାଗରିକକୁ ପ୍ରଦାନ କରାଯାଇଅଛି। ସେ ଗୁଡ଼ିକ ହେଲା (କ) ସମାନତାର ଅଧିକାର (ଖ )ସ୍ୱାଧୀନତାର ଅଧିକାର (ଗ) ଶୋଷଣ ବିରୋଧୀ ଅଧିକାର (ଘ)ଧର୍ମଗତ ସ୍ୱାଧୀନତା ଅଧିକାର ( ଙ )ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ଚ)ସାମ୍ବିଧାନିକ ପ୍ରତିକାର ଅଧିକାର। ଯଦିଓ ଏହି ଅଧିକାର ଗୁଡିକ ସମସ୍ତଙ୍କ ପାଇଁ ପ୍ରଯୁର୍ଯ୍ୟ, ହେଲେ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଛତିଶଗଡ ସୀମାନ୍ତବର୍ତ୍ତୀ ଖୁଡୁକ ପଞ୍ଚାୟତ ଅନ୍ତର୍ଗତ ଚିଡେଇପାଣି, ଛାପରପାଣି,

ପଗାରପାଣି ଓ ମାକରତେନ୍ଦୁ ଭଳି ଛୋଟ ଛୋଟ ଗ୍ରାମ ଗୁଡିକ ଆଜିକୁ ଚାଳିଶ ବର୍ଷ ଆନୁମାନିକ ପ୍ରାୟ ହେବ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି କହି ଗ୍ରାମବାସୀ ମାନେ ଘୋର ଅଭିଯୋଗ କରିଛନ୍ତି।ଏହି ଚାରି ଖଣ୍ଡ ଗ୍ରାମରେ ଯିବା ପାଇଁ ନା ଅଛି ଯାତାୟାତ କରିବା ପାଇଁ ଭଲ ରାସ୍ତାଟିଏ ନା ଅଛି ନଳକୂପ ନା ଅଛି ଅଙ୍ଗନବାଡି ସେଣ୍ଟର।କୁନି କୁନି ପୁଅ ଝିଅ ମାନେ ଜଙ୍ଗଳ ରାସ୍ତାରେ ଯିବାକୁ ପଡ଼େ ଅଙ୍ଗନବାଡି କେନ୍ଦ୍ରକୁ। ଦୀର୍ଘ ଆନୁମାନିକ ଚାଳିଶ ବର୍ଷ ହେବ ଏଠାରେ ଲୋକମାନେ ବସବାସ କରି ଜୀବିକା ନିର୍ବାହ କରି ଆସୁଛନ୍ତି ହେଲେ ବିଗତ ବର୍ଷ ଗ୍ରାମରେ ଇଲେକ୍ଟ୍ରି ଲାଇନ ପାଇଁ ଖମ୍ବ ପୋତା ହେଇଥିଲା କିନ୍ତୁ ଆଜି ଯାଏ ସେଥିରେ କିଛି ନାହିଁ, ନାମରେ ମାତ୍ର ଇଲେକ୍ଟ୍ରି ଲାଇନ ସଂଯୋଗ। ସେପଟେ ଗ୍ରାମରେ ସ୍କୁଲ ମଧ୍ୟ ନାହିଁ ହେଲେ ଲୋକ ମାନେ ଶିକ୍ଷିତ ହେବ କିପରି ?।ବର୍ତ୍ତମାନ ସମୟରେ ବହୁତ ଘାତ ପ୍ରତିଘାତ ସହି ଅତି କଷ୍ଟରେ ଏହି ଖାଲ ଡିପକା ରାସ୍ତାରେ ଗ୍ରାମବାସୀ ମାନେ ଯାତାୟାତ କରୁଛନ୍ତି। ଗ୍ରାମବାସୀ ମାନେ ପଞ୍ଚାୟତ ଅଫିସ ଠାରୁ ବ୍ଲକ ଓ ଜ଼ିଲ୍ଲା ପ୍ରଶାସନକୁ ଜଣାଇବା ସତ୍ତେ ଫଳ ଶୂନ୍ୟ। ଭୋଟ ଆସିଲେ ନେତା ମନ୍ତ୍ରୀଙ୍କ ମିଛ ଆଶ୍ୟଶୋନାର ଶିକାର ହୁଅନ୍ତି ଏହି ଚାରି ଖଣ୍ଡ ଗ୍ରାମବାସୀ,ବର୍ଣ୍ଣଣା କରି ଆମ ଗଣ ମାଧ୍ୟମ ପ୍ରତିନିଧି ଆଗରେ କହିଛନ୍ତି।ବର୍ଷା ଦିନରେ ରୋଗାଗ୍ରସ୍ତ ରୋଗୀକୁ ଖଟିଆରେ ବୋହି ନିଅନ୍ତି ପରିବାର ଲୋକେ ବର୍ତ୍ତମାନ ଏହି ଚାରି ଖଣ୍ଡ ଗ୍ରାମରେ ଆମ୍ବୁଲାନ୍ସ ଯିବାର କୌଣସି ପ୍ରକାରର ସୁବିଧା ଯୋଗ୍ୟ ରାସ୍ତାଟିଏ ନାହିଁ। ହେଲେ ଆପଣ ମାନେ ଟିକେ ବିଚାର କରୁନ୍ତୁ, ଆମେ ମାନେ ଭାରତର ନାଗରିକ ନୁହଁ କି ? କାହିଁକି ଆମେ ଆମର ମୌଳିକ ସୁବିଧାରୁ ବଞ୍ଚିତ?। ପ୍ରଶାସନ ଆମକୁ ଅଣଦେଖା କରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ କରି ନିଷ୍ପେସିତ ଓ ଦଳିତ କରି ଶୋଷଣ କରୁଛନ୍ତୁ କହି ଏହି ଚାରି ଖଣ୍ଡ ଗ୍ରାମର, ସୁଖଲାଲ ଗଣ୍ଡ, ବିଡୁ ଗଣ୍ଡ, ରାଜାରାମ ଗଣ୍ଡ, ସୂବେଲାଲ ଗଣ୍ଡ, ପଣ୍ଡିତ ଗଣ୍ଡ, ବନସିଂ ଗଣ୍ଡ, ସୁଖମନ ଗଣ୍ଡ, ତୁଳସୀ ଗଣ୍ଡ, ପ୍ରତାପ ଗଣ୍ଡ, ରମେଶ ଗଣ୍ଡ, ରାମଦେଓ ଗଣ୍ଡ, ଧନସାଏ ଗଣ୍ଡ, ଦଶରଥ ଗଣ୍ଡ, ଲକମୁ ଗଣ୍ଡ, ପରଦେଶୀ ଗଣ୍ଡ, ଶଙ୍କର ଗଣ୍ଡ, ଧର୍ମୁ ଗଣ୍ଡ, ସୁକୁରାମ ଗଣ୍ଡ, ଚେଡୁକୁ ଗଣ୍ଡ,ସାଗାରାମ ଗଣ୍ଡ, ଦୟାଳୁ ରାଉତ, ଶାଳିକ ରାଉତ, ଧନୀରାମ ଗଣ୍ଡ, ଆନନ୍ଦ ଗଣ୍ଡ, ଆସଡ଼ ଗଣ୍ଡ, ସାଗାରାମ ରାଉତ, କୌଶଳ ହାଲବା, ଦୁର୍ଯ୍ୟଧନ ଗଣ୍ଡ, ଜଗଜୀବନ ଗଣ୍ଡ, ସୁଖନାଥ ଗଣ୍ଡ, ପାକଳୁ ରାଉତ, ରାଜୁ ଗଣ୍ଡ, ନନ୍ଧୁ ହାଲବା, ବଣ୍ଟୁ ରାଉତ, ଦୟାରାମ ଗଣ୍ଡ, ସହ ଚାରି ଖଣ୍ଡ ଗ୍ରାମର ଅବଲ ବୃଦ୍ଧ ବନିତା ଏକତ୍ରିତ ହୋଇ ଗଣ ମାଧ୍ୟମ ଆଗରେ କହିଛନ୍ତି ସରକାର ଓ ପ୍ରଶାସନ ଆମର ମୌଳିକ ସୁବିଧାରୁ ବଞ୍ଚିତ ନ କରି ଯଥାଶୀଘ୍ର ଗ୍ରାମକୁ ଆସିବାକୁ ରାସ୍ତା, ଅଙ୍ଗନବାଡି କେନ୍ଦ୍ର, ସ୍କୁଲ, ନଲକୂପ ଓ ବିଦ୍ୟୁତିକରଣ ଉପରେ ଦୃଷ୍ଟି ନ ଦିଅନ୍ତି ହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବା ସହିତ ପୁରୁଷ / ମହିଳା କୁନି କୁନି ପୁଅ ଝିଅ ସମସ୍ତେ ରାଜ ରାସ୍ତାରେ ଉଲ୍ଲେଇ ଅଖ ଚକ ସବୁ ବନ୍ଦ କରିବ କହି ଶକ୍ତ ଚେତାବନି ସରକାର ଓ ପ୍ରଶାସନକୁ ଦେଇଛନ୍ତି।

ad-week
Leave A Reply

Your email address will not be published.