
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ଆଇଜିଡି ଏନଜିଓ ପକ୍ଷରୁ ଗୋଷ୍ଠୀ ଗତ ସଂଗଠନ, ସାମାଜିକ ସଂଗଠନ ଓ ଏନଜିଓ କର୍ମୀଙ୍କୁ ନେଇ ମାତୃ, ଶିଶୁ ସ୍ୱାସ୍ଥ୍ୟ ଓ କିଶୋର ସ୍ଵାସ୍ଥ୍ୟର ସୁଦୃଢ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଲୋକ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ପାଇଁ ପ୍ରତ୍ୟକ ବ୍ୟକ୍ତି ନିଜସ୍ଵ ପ୍ରୟାସ ସହ ସାମୁହିକ ଭାବେ କାର୍ଯ୍ୟ କଲେ ଲୋକ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରିବ। ଲୋକ ସ୍ଵାସ୍ଥ୍ୟର ଉନ୍ନତିରେ ଗୋଷ୍ଟୀ ଭିତ୍ତିକ ସଂଗଠନର ଭୂମିକା ଓ ଗ୍ରାମାଞ୍ଚଳରେ ଆବଶ୍ୟକୀୟ କାର୍ଯ୍ୟ ନେଇ ଆଲୋଚନା କରାଯାଇଛି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ କାଲିମେଳା ଓ ପଡିଆ ବ୍ଲକରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ ଓ ସମ୍ମାନିତ ଅତିଥି ଭାବେ ପଡିଆ ସରପଞ୍ଚ ଗଙ୍ଗା କାରାମ, ସମାଜସେବୀ ଡଃ ଏନ୍ ରାଘବ ରାଓ, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ମାଝି, କୋଟାମ ବାଲାୟା, କେ ଭାସ୍କର ରାଓ, ଓଡିଏମ ରାଜ୍ୟ ସାଧାରଣ ସମ୍ପାଦକ ଏମଡି ଇର୍ସାଦ, ଦେବା ମାଡକାମି, ଓ ସୁକାନ୍ତି ଲିମା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ସର୍ଦାର, ଝିଲି ସିଲ, ପୂଜା ଚକ୍ରବର୍ତ୍ତୀ ଓ ନୟାମୀ ଖରା ପ୍ରମୂଖ ଆୟୋଜନ କରିଥିଲେ।