ବିଦ୍ୟାଳୟର ବାର୍ଷିକ ଉତ୍ସବ ସହ ସଫାସୁତୁରା ଗାଁ ଦାଣ୍ଡ…

add-all


ଚିକିଟୀ— ଏହି ବ୍ଲକ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟ ରେ ନିରାଡ଼ମ୍ବରଭାବେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସିମାଞ୍ଚଳ ପଣ୍ଡା , ସି ଆର ସି ସି ଧର୍ମରାଜୁ ବେହେରା ୱାର୍ଡ ସଭ୍ୟ କହ୍ନେଇ ବେହେରା ଉପସ୍ଥିତ ରହିଥିଲେ। ସର୍ବପ୍ରଥମେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ସଦସ୍ୟା, ୱାର୍ଡ ସଭ୍ୟ କହ୍ନେଇ ବେହେରା, ଯୁବ ଗୋଷ୍ଠୀ ଏବଂ ଛାତ୍ର ଛାତ୍ରୀଙ୍କୁ ସାଙ୍ଗରେ ଧରି ଆଦର୍ଶ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ପ୍ରକୃତି ବନ୍ଧୁ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ସହକାରି ଶିକ୍ଷକ ଅରୁଣ କୁମାର ଜାନୀ ଭକ୍ତି ରସରେ ଗାଁ ପରିବେଶରେ ସଚେତନତା ବାର୍ତ୍ତା ବିତରଣ କରିଥିଲେ। ପିଲାମାନେ ଗିନି ମୃଦଙ୍ଗର ତାଳେ ତାଳେ ଝୁମି ଗାଁ ଦାଣ୍ଡର ଅପୂର୍ବ ଶୋଭା ବଢାଇଥିଲେ। ସଫାସୁତୁରା ଗାଁ ଦାଣ୍ଡ ବ୍ରଜଦାଣ୍ଡ ସହ ସମାନ ବୋଲି ରଞ୍ଜନ କୁମାର ବ୍ରହ୍ମା ମତ ରଖିଥିଲେ। ତତ୍ ପରେ ବିଦ୍ୟାଳୟକୁ ଫେରି ବାର୍ଷିକ ଉତ୍ସବରେ ସଭିଏଁ ଏକତ୍ରିତ ହୋଇଥିଲେ। ନିକଟରେ ଅନୁଷ୍ଠିତ ହୋଇଥିବା ପ୍ରୌଢ଼ସାକ୍ଷାରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ରେ ଅଂଶଗ୍ରହଣ କରିଥିବା ଏବଂ ସଫଳତା ହାସଲ କରିଥିବା ନବ ସାକ୍ଷାର ପିତାମାତାଙ୍କୁ ରଞ୍ଜନ କୁମାର ବ୍ରହ୍ମା ଶୁଭେଚ୍ଛା ପ୍ରଦାନ କରିଥିଲେ। ପିଲାଙ୍କ ସାଂସ୍କୃତିକ ପ୍ରତିଭାକୁ ସମ୍ମାନଦେବା ସହ ବର୍ଷ ସାରା ବିଭିନ୍ନ ଦକ୍ଷତାକୁ ଆକଳନ କରାଯାଇଥିବା ଛାତ୍ରଛାତ୍ରୀ ଏବଂ ପରିବେଶ ସଚେତନତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ଦ୍ୱାରା ଆୟୋଜିତ ନିଆରା ବିରଳ କାର୍ଯ୍ୟକ୍ରମକୁ ଉପଭୋଗକରି ଅଞ୍ଚଳବାସୀ ଖୁବ୍ ପ୍ରଂଶସା କରିଛନ୍ତି ।

ad-week
Leave A Reply

Your email address will not be published.