ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅଧିନସ୍ତ ବାକି ପୋଲ ଉପରେ ଗୋଟିଏ ସ୍କୁଟିରୁ ଗଜାଧର ବଡାଇକ ୩୦ ବର୍ଷ ନିଜର ଭାରସାମ୍ୟ ହରାଇ ଥିବାରୁ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ! ପାଦଚାରି ଲୋକଙ୍କ କହିବା ଅନୁଯାଇ ଏହି ସ୍କୁଟି ଚାଲାକ ବେପରୁଆ ଦ୍ରୁତ ଗତିରୁ ଚଳାଇଥିବାରୁ ନିଜେ ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ପଡିଥିଲା ! ଯାହାର ସ୍କୁଟି ନମ୍ବର OD 14 W 5265 ପାଦଚାରି ଲୋକେ ୧୦୮ ଆମ୍ବୁଲାନ୍ସ କୁ ଡକାଇ ବିରମିତ୍ରପୁର ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ଜଣା ପଡିଛି ! ଏହି ଯୁବକ ବିରମିତ୍ରପୁର ଅଞ୍ଚଳର ବାଲି ଜଣାଅପଡ଼ିଛି ! କୌଣସି ସୂତ୍ରରୁ ଖବର ପାଇଁ ବିରମିତ୍ରପୁର ପୋଲିସ ଘଟଣା ସ୍ଥଳରେ ପହୁଁଚି ଘଟଣାର ତଦନ୍ତ ଆରମ୍ଭ କରିଛି
