ଚିକିଟୀ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ବିଜେଡିର ରକ୍ତଦାନ ଶିବିର…

add-all


ଚିକିଟୀ— ଏହି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବାହିନୀପତି ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ତରଫରୁ ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ବିଧାୟକ ଶ୍ରୀଯୁକ୍ତ ଚିନ୍ମୟା ନନ୍ଦ ଶ୍ରୀରୂପ ଦେବ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କିଛି ସମୟ ବିଜୁବାବୁଙ୍କ ଅତୀତ ଓ ଅକ୍ଷୟ କୀର୍ତ୍ତି ଉପରେ ସ୍ମୃତି ଚାରଣ କରି ରକ୍ତ ଦାନ ଶିବିର ର ଶୁଭ ଉଦଘାଟନ କରିଥିଲେ l ଏହି କ୍ରମରେ ବିଜେଡିର ବରିଷ୍ଟ ସଂଘଠକ ଶ୍ରୀଯୁକ୍ତ ସୁରେନ୍ଦ୍ର ମଣ୍ଡଳ ଶିବିରର ମୁଖ୍ୟ ଦାୟିତ୍ଵ ନିଭାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବ୍ଲକ ଉପାଧ୍ୟକ୍ଷା ବି.ରେଣୁକାମା,ଜିଲ୍ଲା ପରିଷଦ ସଭ୍ୟ ଏମ. ନାଗରାଜୁ,ବ୍ଲକ ବିଜେଡି ସଭାପତି ହେରମ୍ଭ ରେଡ୍ଡୀ, ସ୍ଥାନୀୟ ସରପଞ୍ଚ ଜି.ଜ୍ୟୋତି ରେଡ୍ଡୀ, ସଚ୍ଚିଦାନନ୍ଦ ରାଜଗୁରୁ, ପାତ୍ରପୁର ବ୍ଳକ ସଭାପତି ରାମନାଥ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ସରପଞ୍ଚ ଓ କାଉନସିଲର ମୁଖ୍ୟ ରୂପେ ଯୋଗଦାନ କରି ଶିବିରକୁ ଆସୁଥିବା ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ l ଦିନକୁ ଦିନ ମାନବ ସମାଜରେ ରୋଗର ମାତ୍ରା ବଢ଼ି,ବଢ଼ି ଯାଉଥିବା ବେଳେ ରକ୍ତର ଆବଶ୍ୟକତା ଅଧିକ ଦେଖାଯାଉଛି ଏହି ଅଭାବକୁ ଦୂର କରିବା ସକାଶେ ଆଜି ଏଭଳି ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି ବୋଲି ବରିଷ୍ଠ ସଙ୍ଘଠକ ଶ୍ରୀଯୁକ୍ତ ମଣ୍ଡଳ ପ୍ରକାଶ କରିଥିଲେ l ଏହି କ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ସମସ୍ତ ଅଧିକାରୀ ମାନେ ନିଜ ନିଜର ନିଷ୍ଠାପର ସେବା ବଳରେ ଏବଂ ଦଳୀୟ କର୍ମୀଙ୍କ ସହଯୋଗରେ ୧୭୩ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିଲା l ଏହି ରକ୍ତଦାନ ଶିବିର ରେ ପ୍ରଶାନ୍ତ କୁମାର ସାହୁ, ରଘୁନନ୍ଦନ ସହୁ, ସଚ୍ଚିଦାନନ୍ଦ ପାତ୍ର, କୃଷ୍ଣ ଚନ୍ଦ୍ର ପାଢ଼ୀ, ଜି.ଉମା ରେଡ୍ଡୀ,ଅକ୍ଷୟ କୁମାର ସାହୁ ଙ୍କ ସମେତ ଚିକିଟୀ ଓ ପାତ୍ରପୁର ବ୍ଲକର ଶହ ଶହ ଦଳୀୟ କର୍ମୀ ପ୍ରମୁଖ ଯୋଗ ଦାନ କରି କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ଭାବେ ସଫଳ ରୂପାୟନ କରିଥିଲେ।

ad-week
Leave A Reply

Your email address will not be published.