ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ : ନିମନ୍ତେପ୍ରଥମ ଦିନରେ ୯ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ…

youtube

ଛତ୍ରପୁର, ଛତ୍ରପୁର ଓକିଲସଂଘର ବିଭିନ୍ନ କର୍ମକର୍ତ୍ତା ନିର୍ବାଚନ ମାର୍ଚ୍ଚ ୨୯ତାରିଖ ରେ ଅନୁଷ୍ଠିତ ହେବ । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାଥୀ ପତ୍ର ଦାଖଲ କରିବାକୁ ମାର୍ଚ୍ଚ ୫ ତାରିଖ ଠାରୁ ୭ତାରିଖ ଧାର୍ଯ୍ୟ ରହିଛି । ବୁଧବାର ତଥା ମାର୍ଚ୍ଚ୫ରେ ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନ ରେ ୯ଜଣ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥୀପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ଙ୍କ ନିକଟରେ ଦାଖଲ କରିଛନ୍ତି । ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର କୁମାର ମିଶ୍ର ଦାୟିତ୍ୱ ତୁଲାଉଛନ୍ତି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସାଧାରଣ ସମ୍ପାଦକ ନିମନ୍ତେ ସୁରେଶ କୁମାର ପଟ୍ଟନାୟକ, ଉପସଭାପତି ନିମନ୍ତେ ଚୈତନ୍ୟ ପ୍ରଧାନ, ସମୀର କୁମାର ପାଣିଗ୍ରାହୀ ଓ ଭୈରବୀ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକନିମନ୍ତେ ଅନାମ ଚନ୍ଦ୍ର ପ୍ରଧାନ, ଲାଇବ୍ରେରୀ ସେକ୍ରେଟାରୀ ନିମନ୍ତେ ବିଶ୍ୱ ଭୂଷଣ ପାଢ଼ୀ, କାର୍ଯ୍ୟକାରୀ ସଭ୍ୟ ନିମନ୍ତେ ଶିବ ପ୍ରସାଦ ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୧୨ତାରିଖ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବଂ ୧୩ ତାରିଖ ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ହେବ । ଛତ୍ରପୁର ଓକିଲ ସଂଘର ୧୮୯ଜଣ ସଭ୍ୟ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.