ମୋହନ ସରକାରଙ୍କ ବିରୋଧ ରେ ଛି ଛି ନାରାବାଜି : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ର ପ୍ରତିବାଦ…

Independence

ଛତ୍ରପୁର,: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ କରାଯିବ ନେଇ ଦେଖା ଦେଇଛି ବିକ୍ଷୋଭ । ଏ ନେଇ ଗୁରୁବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ବିଜୁ ବାବୁଙ୍କ ପ୍ରତି ଅପମାନ ଅଭିଯୋଗରେ ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ବିଜେଡି । ମୋହନ ସରକାରଙ୍କ ଛି ଛି ନାରାବାଜି ରେ କମ୍ପିଲା ଆନ୍ଦୋଳନ ସ୍ଥଳ, ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି କୁ ସମସ୍ତେ ବିରୋଧ କରିଛନ୍ତି, ଏହି ପ୍ରତିବାଦ ସଭା ରେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ନିର୍ବାଚନ ମଣ୍ଡଳୀ ର ଯୁବ ନେତା ପ୍ରଶାନ୍ତ କୁମାର କର,ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ଓ ଏସ. ଚକ୍ରପାଣି ରେଡ୍ଡୀ, ଟି. ଚନ୍ଦ୍ର ଶେଖର ରାଓ,, ପ୍ରବାସୀ ପ୍ରଧାନ, ସନମୁଖ ପଟ୍ଟନାୟକ, ସୁଧୀର ପାଢ଼ୀ, କାଳିଆ ନାହାକ, ଵି. ରାଜୁବାବୁ, ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ପ୍ରକାଶ ବିଷୋୟୀ ଓ ସୋମନାଥ ବେହେରା, ଛାତ୍ର ନେତା ପ୍ରଶାନ୍ତ କୁମାର ପଣ୍ଡା, ନାଗେଶ୍ୱର ରାଓ, କାଉନସିଲର ଦେବାଶିଷ ମିଶ୍ର, ୧୯ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଵିପୁଲିଙ୍ଗି ସରପଞ୍ଚ ହିନା ସେଠି, ସୁରେଶ ଦାଶ, ଵି. ଗୋପାଳ ସ୍ୱାମୀ, ରବୀନ୍ଦ୍ର ନାଥ ପଣ୍ଡା, ରାଜେଶ ମହାରଣା ଓ କାହ୍ନୁ ଚରଣ ବେହେରାଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବହୁ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ, ସୂଚନା ଯୋଗ୍ୟ; ପ୍ରତିବର୍ଷ ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ନୂଆ ରାଜ୍ୟ ସରକାର ଆସିବା ପରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପରିବର୍ତ୍ତେ ଏପ୍ରିଲ ୨୪ ରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସେଥିପାଇଁ ଚାରିଆଡ଼େ ବିଜେଡିର ବିକ୍ଷୋଭ ଦେଖା ଯାଉଚି ।

                   
ad-week
Leave A Reply

Your email address will not be published.