ନୟାଗଡ଼ ମ୍ୟୁନିସପାଲିଟି ରେ ବିକାଶ ପାଇଁ ଥିବା ୧୬ କୋଟି ଟଙ୍କା ଫେରିଯିବ…!

youtube


ନୟାଗଡ଼: ଅହି ନକୁଳ ସମ୍ପର୍କ ଭଳି ନୟାଗଡ଼ ମ୍ୟୁନିସପାଲିଟି ରେ ନଗରପାଳ, ଉପାଧ୍ୟକ୍ଷ, କାଉନସିଲର, ବିଭିନ୍ନ କର୍ମଚାରୀ, ବିଧାୟକ ମଧ୍ୟରେ ବୁଝାମଣା ର ଅଭାବ ଯୋଗୁଁ ନୟାଗଡ଼ ମ୍ୟୁନିସପାଲିଟି ବିକାଶ ପାଇଁ ଆସିଥିବା ପାଖାପାଖି ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଫେରିଯିବ ବୋଲି କିଛି କାଉନସିଲର କହିଛନ୍ତି । ଭାଇକେଲ ଟ୍ୟାକ୍ସ ଯୋଜନା, ମୁକ୍ତା ଯୋଜନା, ସ୍ପ୍ରେ ୱାଟର ଯୋଜନା, ସୋସିଆଲ ଫଣ୍ଡ ଯୋଜନାରୁ ପାଖାପାଖି ୧୬ କୋଟିରୁ ଅଧିକ ଅନୁଦାନ ରହିଛି ।ନୟାଗଡ଼ ମ୍ୟୁନିସିପାଲିଟିର ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଟଙ୍କା ମାର୍ଚ୍ଚ ୩୧ ଭିତରେ ଖର୍ଚ୍ଚ ନହୋଇ ପାରିଲେ ଏହା ଫେରିଯିବ । କିଛି ଦିନ ତଳେ କିଛି କାଉନସିଲର, ଉପାଧ୍ୟକ୍ଷ, ନଗରପାଳ ମିଶି ନୂତନ ନିର୍ବାହୀ ଅଧିକାରୀ ନିଯୁକ୍ତ ନ କରାଗଲେ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି । କିଛି ଠିକାଦାର ବର୍ଷେ ହେବ ୬ କୋଟିରୁ ଅଧିକ ଟଙ୍କା ପାଇନାହାନ୍ତି ବୋଲି ଜିଲ୍ଲାପାଳଙ୍କୁ ଅଭିଯୋଗ ପାତ୍ର ପ୍ରଦାନ କରିଥିଲେ । ପୂର୍ବରୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ପୌର ପରିଷଦର ପ୍ରତ୍ୟେକ ବୈଠକରେ ଯୋଗଦେଇ ଉନ୍ନୟନ କାର୍ଯ୍ୟ କିପରି ତ୍ଵରାନିତ ହେବ ସମୀକ୍ଷା କରୁଥିଲେ । ମାତ୍ର ଗତ ୪ ଟି ବୈଠକରେ ବିଧାୟକ ମଧ୍ୟ ଯୋଗ ଦେଉନାହାନ୍ତି।କିଛି ମହିଳା କାଉନସିଲର ବିଜେଡି ରେ ଥିବା ବେଳେ ତାଙ୍କର ସ୍ୱାମୀ ମାନେ ବିଜେପି ପାଇଁ କାମ କରୁଛନ୍ତି । ତେଣୁ ବିଜେଡି ବିଜେପି ଛକାପଞ୍ଝା ମଧ୍ୟରେ ନୟାଗଡ଼ ମ୍ୟୁନିସପାଲିଟି ଅସନ୍ତୁଳିତ ଅବସ୍ଥାରେ କାର୍ଯ୍ୟ କରୁଛି । ମ୍ୟୁନିସପାଲିଟି ରେ ଅନେକ ଦିନ ଧରି କ୍ୟାସିଆର ନଥିବାରୁ କିଛି ବିଲ୍ ହୋଇପାରୁନାହିଁ। ନିର୍ବାହୀ ଅଧିକାରୀ ଟ୍ରେନିଙ୍ଗ ରେ ଥିବାରୁ ଜଣେ ଡେପୁଟି କଲେକ୍ଟର ଙ୍କୁ ଭାରାପ୍ରାପ୍ତ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ଦିଆଯାଇଛି । ଆର୍ଥିକ ବର୍ଷ ଶେଷ ହେବାକୁ ଏକ ମାସରୁ କମ୍ ସମୟ ଥିବାରୁ ମ୍ୟୁନିସପାଲିଟି ର ପ୍ରାୟ ୧୬ ଟି ୱାର୍ଡର ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ ।ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ମ୍ୟୁନିସପାଲିଟି ଭିତରେ ଆଉ ମୁଣ୍ଡ ଭର୍ତ୍ତି ନକରିବା ଯୋଗୁଁ କାଉନସିଲର ଙ୍କ ଗତିବିଧି ଅଲଗା ହୋଇଗଲାଣି । କିଛି କାଉନସିଲର ଉପରେ ବିଜେଡି ଭିତରେ ବିଜେପି ଅଭିନୟ କରୁଥିବାରୁ ବିଧାୟକ ନ ଜାଣିବା ପରି କାର୍ଯ୍ୟ କରୁଛନ୍ତି । ଏତେ ଅର୍ଥ ଥାଇ ଯଦି ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ ତେବେ ଏହି ଅପାରଗ ମ୍ୟୁନିସପାଲିଟି ଥାଇ କି ଲାଭ ବୋଲି ସହରରେ ଚର୍ଚ୍ଚା ହେଉଛି। ମ୍ୟୁନିସପାଲିଟି ର ଉନ୍ନୟନ କାର୍ଯ୍ୟ ଅପେକ୍ଷା କାଉନସିଲର ମାନେ ନିଜର କିପରି ସ୍ବାର୍ଥ ସାଧନ ହୋଇପାରିବ ସେଥିପାଇଁ ବେପରୁଆ ଓ ଭିତିରିଆ କାର୍ଯ୍ୟ କରୁଛନ୍ତି । ଏହି ଘଟଣା ନୟାଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.