
ହିଞ୍ଜିଳିକାଟୁ ୬!୩ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବି ନୁଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡିତ ଓ ସମାଜସେବୀ ସୁବାସ ଚନ୍ଦ୍ର ଗୈାଡ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷୟିତ୍ରୀ ଡି ଗୈାରି ସଭା ପରିଚାଳନା କରିଥିଲେ ଓ ଶିକ୍ଷୟିତ୍ରୀ ଅମିତା ପାଢି ଧନ୍ୟବାଦ ଅର୍ପଣ କରିଥିଲେ । ଗପ କହିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା । ବିଦ୍ୟାଳୟ ର ସାମୁହିକ ବିକାଶରେ ଉତ୍ସାହିତ ନିମନ୍ତେବିଭୁତି ପଟ୍ଟନାୟକ,ସଦାନନ୍ଦ ଗୈାଡ ଓ ରାଜା ଗୈାଡ ତିନି ପୁରାତନ ଛାତ୍ର ଙ୍କୁ, ସମ୍ମାନିତ କରାଯାଇଥିଲା।ଛାତ୍ରଛାତ୍ରୀମାନେ ମୁଖା ବ୍ୟବହାର କରି ଅଭିନୟ ମାଧ୍ୟମରେ ବିଭିନ୍ନ ପ୍ରକାର ଗପ କହିଥିଲେ ଓ ଅତିଥିଙ୍କ ଠାରୁ ଗପ କହିବା ତଥା ଶୁଣିବାର ମହତ୍ତ୍ୱ ବିଷୟରେ ଜ୍ଞାନଲାଭ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ବି ନୁଆଗଡ ଗ୍ରାମବାସୀ ସହଯୋଗ କରିଥିଲେ