କୁନ୍ଦେଇ ଫାଣ୍ଡି ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ…

youtube

ଉମରକୋଟ / ରାଇଘର ( ୬/୩/୨(୨୦୨୫)ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଲାଗି ରହି ଥିବା ଖୁଡୁକୁ ପଞ୍ଚାୟତର , ଗାୟତାବେଡ଼ା ଗ୍ରାମରେ କୁନ୍ଦେଇ ଫାଣ୍ଡି ପୋଲିସ୍ ତରଫରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି।କୁନ୍ଦେଇ ପୋଲିସ ଫାଣ୍ଡି ଦିନେ ମାଉ ପ୍ରବନ ଅଞ୍ଚଳଭାବରେ ବେଶ ପରିଚିତ ଥିଲା କିନ୍ତୁ ବର୍ତ୍ତମାନ ପୋଲିସ ପ୍ରଶାସନ ସହିତ ଲୋକଙ୍କ ସମ୍ପର୍କ ଦୃଢ଼ ଦେଖିବାକୁ ମିଳିଲା।ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସାରଙ୍କ ପାରମ୍ପରିକ ନୀତି ଅନୁସାରେ ସ୍ଵାଗତ କରି ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା । ଶିବିର ପ୍ରାରମ୍ଭ ପରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଆଞ୍ଚଳିକ ଭଲିବଲ ମ୍ୟାଚ ଉଦଘାଟନ କରାଯାଇ ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନାଚ,ଗୀତ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ଏହି ଶିବିରରେ ଗ୍ରାମବାସୀ ମାନଙ୍କ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ ସହ ମହିଳା ମାନଙ୍କ ପାଇଁ ଶାଢ଼ୀ, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ଉପକରଣ, ଯୁବକ ମାନଙ୍କ ପାଇଁ ଖେଳ ସାମଗ୍ରୀ ଓ ବୃଦ୍ଧାଙ୍କ ପାଇଁ କମ୍ବଳ, ଛତା, ସୋଲାର ଓ ଲାଇଟ ଇତ୍ୟାଦି ଉପକରଣ ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ

ନବରଙ୍ଗପୁର ଏଡ୍ସିନାଲ ଏସପି ବଟକୃଷ୍ଣ ମିଶ୍ରଙ୍କ ସହ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ଶବର, କୁନ୍ଦେଇ ଥାନା ଅଧିକାରୀ ଦୁର୍ଗା ପ୍ରସାଦ ବର୍ମା, ଏଏସ ଆଇ ଶିବ ଚରଣ ରାଉତ, ହାବିଲଦାର ରଘୁନାଥ ନାୟକ, ଓଏପିଏଫ ପଦ୍ମ ଲୋଚନ ଗଣ୍ଡ ଓ ଡିଭିଏଫ୍ ଯବାନ ମାନେ ସାମିଲ ଥିଲେ । ଶିବିରରେ ପରିଶେଷରେ ସମସ୍ତ ଗ୍ରାମବାସୀ ମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରି ସମସ୍ତଙ୍କୁ ପୋଲିସ, ପ୍ରଶାସନର ନିକଟତ ହୋଇ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ଏଡ୍ସିନାଲ ଏସପି ବଟକୃଷ୍ଣ ମିଶ୍ର ସାର୍ ନିବେଦନ କରିଥିଲେ। ସମସ୍ତ ଗ୍ରାମବାସୀ ଙ୍କୁ ପୋଲିସକୁ ନ ଡରି ସୁସମ୍ପର୍କ ସ୍ଥାପନ କରିବାକୁ ଆହ୍ୱାନ ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.