ନୁତନ ବଜାର ଗୃହ ନିର୍ମାଣ ନିମନ୍ତେ ପୂଜାର୍ଚ୍ଚନା

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବସଟର୍ମୀନାଲ ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଭୁତଳ ଭାଗରେ ନୂତନ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥ୍‌ ଭାବେ ବିଜେଡି ନେତା ପ୍ରଦିପ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ଯନ୍ତ୍ରୀମୁକେଶ ପ୍ରଧାନ, ଯନ୍ତ୍ରୀ ମାନସ ରଞ୍ଜନ ଦାସ ଓ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ପୂଜାର୍ଚନା କରାଯାଇ ଶୁଭାରମ୍ଭକରାଯାଇଥିଲା I ଏହି ବଜାର ଗୃହ ନିର୍ମାଣ ପରେ କମ୍ପ୍ଲେକ୍ସ ଆଗରେ ଥିବା ବ୍ୟବସାୟୀ ମାନଙ୍କୁ ବଣ୍ଟନ କରାଯିବ ।ବହୁ ପ୍ରତିକ୍ଷା ପରେ ଏହି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ବ୍ୟବସାୟୀ ମହଲରେ ଖୁସିର ଲହରି ଖେଳିଯାଇଛି।ଏହି ଅବସରରେ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ର ସଦସ୍ୟ ଯୁଗଳ ପଣ୍ଡା, କିଶୋର ଚୈଧୁରୀ, ଗୋବିନ୍ଦଚନ୍ଦ୍ର ପଣ୍ଡା, ମନୋଜ କୁମାର ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.