ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

add-all

ବ୍ରହ୍ମପୁର : ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି।ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତାମାନେ ମହିଳା ଦିବସରେ ସମ୍ମାନରସହ ବଞ୍ଚିବା ପାଇଁ ସମସ୍ତ ମହିଳା ସଚେତନ ଓ ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ।ମହିଳା ମାନେ କାହାର ଦୟାର ପାତ୍ର ହେବା ଅପେକ୍ଷା ନିଜର ହକ 50 ପ୍ରତିଶତର ଅଧିକାର ପାଇଁ ଲଢ଼ିବା ହିଁ ସମ୍ମାନର ସହ ବଂଚିବା ବୋଲି କହିଥିଲେ।ଯେଉ ଦେଶରେ ମହିଳା ଯେତିକି ସମୃଦ୍ଧ ସେହି ଦେଶ ସେତିକି ବିକଶିତ।ସମ୍ପ୍ରତି ମହିଳାଙ୍କ ଉପରେ କ୍ରମ ବର୍ଦ୍ଧିଷ୍ଣୁ ହିଂସା ସମାଜ ପାଇଁ ଏକ ସତର୍କ ଘଣ୍ଟି ସଦୃଶ।ଏଥିପାଇଁ ସକଳ ସ୍ତରରେ ଆନ୍ଦୋଳନ ଓ ଅଭିଯାନ ଆବଶ୍ୟକ।ମହିଳାଙ୍କ ଅଧିକାର ପାଇଁ କେବଳ ମହିଳା ନୁହେ ପୁରୁଷ ମାନେ ମଧ୍ୟ ମିଳିତ ଅଭିଯାନରେ ଅଗ୍ରଭାଗରେ ରହିବାକୁ ହେବବୋଲି ବକ୍ତାମାନେ ଆହ୍ୱାନ ଦେଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଶତପଥୀ, ବିଷ୍ଣୁପ୍ରିୟା ସାହୁ, ଗାୟତ୍ରୀ ନାଥ, ଉର୍ମିଳା ଜେନା, ଗାୟତ୍ରୀ ଗୌଡ଼, କୈଳାଶ ଷଡଙ୍ଗୀ ଓ ପ୍ରତାପ ଚୌଧୁରୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଆଡଭୋକେଟ ଗୋକୁଳ ତ୍ରିପାଠୀ ଏକ କବିତା ଆବୃତ୍ତି କରିଥିଲେ।

ad-week
Leave A Reply

Your email address will not be published.