ବ୍ରହ୍ମପୁର ରେଳ ଷ୍ଟେସନରୁ  ଆଜି ଅଯୋଧ୍ୟା, ବାରଣାସୀ ଅଭିମୁଖେ ବାହାରିଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ । ପତାକା ଦେଖାଇ ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା….

youtube

ବ୍ରହ୍ମପୁର :-ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଅଯୋଧ୍ୟା – ବାରଣାସୀକୁ ଯାତ୍ରା କରିଛି ଏହି ଟ୍ରେନ । ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଟ୍ରେନ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ଦେଖାଶୁଣା କରିବା ପାଇଁ ୨୫ ଜଣ ନୋଡ଼ାଲ ଅଫିସର , ଡ଼ାକ୍ତରୀ ଟିମ୍‌ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଛନ୍ତି । 

 ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ମାନିତ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା , ମସ୍ୟ ଓ ପ୍ରାଣୀ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଦିଗପହଣ୍ଡି ବିଧାୟକ ଡ଼ଃ. ସିଦ୍ଧାନ୍ତ ମହାପାତ୍ର, ସରୋଡା ବିଧାୟକ ନୀଳମଣି ବିଶୋଇ, ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନ ସାମନ୍ତରା ପ୍ରମୁଖ ଯୋଗଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ୮୦୦ ଜଣ ବରିଷ୍ଠ ନାଗରିକ ମାନେ କିଭଳି ଶାନ୍ତିଶୃଙ୍ଖଳାର ସହିତ ତୀର୍ଥ କରି ପୁଣି ବ୍ରହ୍ମପୁରକୁ ଫେରିବେ ସେ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଖାଇବା, ପିଇବା ଠାରୁ ଆରମ୍ଭ କରି ବ୍ରହ୍ମପୁରରୁ ଅଯୋଧ୍ୟା ଓ ସେଠାରୁ ବାରଣାସୀ ପ୍ରାୟ ୧୦ଟି ପର୍ଯ୍ୟଟନ ସ୍ଥଳୀକୁ କିଭଳି ସୁରୁଖୁରୁରେ ବରିଷ୍ଠ ନାଗରିକ ମାନେ ଠାକୁରଙ୍କୁ ଦର୍ଶନ କରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଉ ଏହି ବରିଷ୍ଠ ନାଗରିକ ମାନଙ୍କ ଦେଖାଶୁଣା କରିବା ନିମନ୍ତେ ଟ୍ରେନରେ ୨୫ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଡ଼ାକ୍ତରୀ ଟିମ୍‌ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ରହିବେ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ଏହା ହେଉଛି ସବୁଠାରୁ ସୁନ୍ଦର ପରିକଳ୍ପନା ବୋଲି କହିଛନ୍ତି ଯାତ୍ରୀ। ଯେଉଁ ଗରୀବ ଶ୍ରେଣୀର ବରିଷ୍ଠ ନାଗରିକ ମାନେ ଅର୍ଥ ଅଭାବରୁ ତୀର୍ଥ ଯାତ୍ରା କରିପାରୁନଥିଲେ । ସେମାନେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ କରିପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକ ମାନେ ଷ୍ଟେସନରେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଅନୁସାରେ ତୀର୍ଥ ଯାତ୍ରା ଟ୍ରେନର ବିଭିନ୍ନ ବଗିରେ ବସିଥିଲେ ବରିଷ୍ଠ ନାଗରିକ ମାନେ । ବରିଷ୍ଠ ନାଗରିକ ମାନଙ୍କୁ ଟ୍ରେନରେ ବସିବା ପରେ ଖାଦ୍ୟ ପାନୀୟ ପ୍ରଥମେ ଯୋଗାଇ ଦିଆଯାଇଥିଲା । ତେବେ ପୂର୍ବରୁ ତୀର୍ଥ ଯାତ୍ରା ପାଇଁ ଅର୍ଥ ଅଭାବ ଯୋଗୁଁ ଯାଇନଥିଲୁ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଚଳିତ ବର୍ଷ ଅଯୋଧ୍ୟା – ବାରଣାସୀ ଯାତ୍ରା କରିବୁ । ରାସ୍ତାରେ ପଡ଼ୁଥିବା ବିଭିନ୍ନ ମନ୍ଦିରକୁ ଦର୍ଶନ କରିବା ସହିତ ବହୁ ସ୍ଥାନକୁ ବୁଲିବି ଓ ବହୁ କଥା ଜାଣିବୁ । ଜୀବନର ଶେଷ ସମୟରେ ଏଭଳି ତୀର୍ଥ ବୁଲିବା ନିମନ୍ତେ ରାଜ୍ୟ ସରକାର ସୁଯୋଗ ଦେବା ସହିତ ମାଗଣାରେ ସୁବିଧା ପ୍ରଦାନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବରିଷ୍ଠ ନାଗରିକ ମାନେ  । ଦୀର୍ଘ ୬ ଦିନ ଧରି ଯାତ୍ରାରେ କୌଣସି ବରିଷ୍ଠ ନାଗରିକ ମାନଙ୍କ କିଛି ଅସୁବିଧା ନ ହୁଏ ସେ ନେଇ ଦେଖିବା ସହ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ପହଞ୍ଚାଇବା ନିମନ୍ତେ କାର୍ଯ୍ୟକରିବେ ଏହି ନୋଡ଼ାଲ ଅଫିସର ମାନେ ।    

 ଅଯୋଧ୍ୟା – ବାରଣାସୀକୁ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଆସନ୍ତା ୧୩ ତାରିଖରେ ପୁଣି ବ୍ରହ୍ମପୁରରେ ପହଞ୍ଚିବ  ବୋଲି  ଜଣା ପଡ଼ିଛି।

…..

Leave A Reply

Your email address will not be published.